ETV Bharat / bharat

କୋରୋନା ରୋକିବାକୁ ନୂଆ ଗାଇଡଲାଇନ ଜାରି କଲେ କେରଳ ସରକାର

author img

By

Published : May 3, 2020, 2:44 PM IST

କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଆଉ ଦୁଇ ସପ୍ତାହ ତଥା ମେ17 ଯାଏ ଲକଡାଉନ ବୃଦ୍ଧି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ରାଜ୍ୟରେ ନୂଆ ଗାଇଡଲାଇନ ଲାଗୁ କରିଛନ୍ତି ।

_corona
କେରଳରେ ନୂଆ ଗାଇଡଲାଇନ ଜାରି କଲେ କେରଳ ସରକାର

ଥୀରୁଅନନ୍ତପୁରମ: ନୂଆ ଗାଇଡଲାଇନ ଜାରି କଲେ କେରଳ ସରକାର । କୋରୋନା ବ୍ୟାପିବାକୁ ରୋକିବା ପାଇଁ ଦେଶରେ ଆଉ ଦୁଇ ସପ୍ତାହ ତଥା ମେ 17 ଯାଏ ଲକଡାଉନ ବୃଦ୍ଧି କରାଯାଇଛି ।ଏହାକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନରାଜ୍ୟରେ ନୂଆ ଗାଇଡଲାଇନ ଲାଗୁ କରିଛନ୍ତି । ଏହି ନୂଆ ଗାଇଡଲାଇନ ଅନୁଯାୟୀ, ରବିବାର ରାଜ୍ୟର ସମସ୍ତ ଯାନବାହନ ଚଳାଚଳ ସହ, ଜନସାାରଣ ଏକତତ୍ର, ସିନେମା ହଲ, ମଦ ଦୋକାନ, ବାର, ଶିକ୍ଷାଅନୁଷ୍ଠାନ, ବିୟୁଟି ପାର୍ଲର, ଜିମ୍ ଆଦି ବନ୍ଦ ରହିବ ।

ଏଥିସହ ସରକାରୀ ସଂସ୍ଥା ଗୁଡିକରେ 50 ପ୍ରତିଶତ ଆଟେଡାନ୍ସ ରଖିଥିବା ଗ୍ରୁପ ଏ ଏବଂ ବି କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ଏବଂ 33 ପ୍ରତିଶତ ଆଟେଡାନ୍ସ ସହ ଗ୍ରୁପ ସି ଏବଂ ଡି କାର୍ଯ୍ୟ କରିବେ । ଏହାଛଡା ଗ୍ରୀନ ଜୋନ ଅଞ୍ଚଳ ଗୁଡିକରେ ସପ୍ତାହରେ 6 ଦିନ ସକାଳ 7ରୁ ସନ୍ଧ୍ୟା 7.30 ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏଥିସହ ଟ୍ୟାକ୍ସି ସର୍ଭିସ କେବଳ ଦୁଇ ଜଣ ପାସେଞ୍ଜରଙ୍କୁ ନେଇ ଚଳାଚଳ କରିପାରିବ ଏବଂ ଜିଲ୍ଲା ମଧ୍ୟରେ ଦୁଇରୁ ଅଧିକ ପାସେଞ୍ଜର ନେଇ ଟ୍ୟାକ୍ସି ଯାଇପାରିବ ନାହିଁ ।

ତେବେ କେରଳରେ କେବଳ ଏରନାକୁଲମ ଜିଲ୍ଲା ହିଁ ଗ୍ରୀନ ଜୋନରେ ଅନ୍ତର୍ଭୁକ୍ତ । କଣ୍ଟେନମେଣ୍ଟ ଜୋନ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୋନ ଲିଷ୍ଟ ଆଗକୁ ପରିସ୍ଥିତିକୁ ଦେଇ ବଦଳାଯିବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଆସୁଥିବା ରେଡ ଜୋନ ଅଞ୍ଚଳରେ ସଂମ୍ପୂର୍ଣ୍ଣ ଲକଡାଉନ ରହିବ । ପ୍ରକାଶ ତଥାଉକି, ବର୍ତ୍ତମାନ ସୁଦ୍ଧା କେରଳରେ 499 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 96 ଜଣ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନମେଡିକାଲରେ ଚିକିତ୍ସିତ ହେଉଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.