ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୁପ୍ରିମକୋର୍ଟରେ କେରଳ ସରକାର । ପ୍ରଥମେ ରାଜ୍ୟରେ ଏହି ଆଇନକୁ ଲାଗୁ ନକରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ କରିଥିବାବେଳେ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେରଳ ସରକାର ।
ସିଏଏକୁ ଦେଶରେ ବିରୋଧୀ ଦଳମାନେ ବିରୋଧ କରୁଥିବାବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେରଳ ସରକାର । ପୂର୍ବରୁ ସିଏଏକୁ ରାଜ୍ୟରେ ଲାଗୁ ନକରିବାକୁ କେରଳ ସରକାର ବିଧାନସଭାରେ ପ୍ରସ୍ତାବ ପାରିତ କରିଥିବାବେଳେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ଦେଖାଦେଇଥିଲା । ଏପରିକି କେରଳ ରାଜ୍ୟପାଳ ବିଧାନସଭାରେ ପାରିତ ପ୍ରସ୍ତାବକୁ ଅସାମ୍ବିଧାନିକ ବୋଲି କହିଥିଲେ ।
ତେବେ ବର୍ତ୍ତମାନ ସିଏଏକୁ ବିରୋଧ କରି କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।