ETV Bharat / bharat

କେରଳରେ ସାମୁଦ୍ରିକ ଆମ୍ବୁଲାନ୍ସ 'ପ୍ରତୀକ୍ଷା'ର ଉଦଘାଟନ - କେରଳରେ ପ୍ରଥମ ସାମୁଦ୍ରିକ ଆମ୍ବୁଲାନ୍ସର ଉଦଘାଟନ

ଭିଡିଓ କନଫରେନ୍ସିଂ ମାଧ୍ୟମରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଥମ ପ୍ରତୀକ୍ଷିତ ସାମୁଦ୍ରିକ ଆମ୍ବୁଲାନ୍ସ ‘ପ୍ରତୀକ୍ଷା’କୁ ଉଦଘାଟନ କରିଛନ୍ତି।

କେରଳରେ ପ୍ରଥମ ସାମୁଦ୍ରିକ ଆମ୍ବୁଲାନ୍ସର ଉଦଘାଟନ
କେରଳରେ ସାମୁଦ୍ରିକ ଆମ୍ବୁଲାନ୍ସ 'ପ୍ରତୀକ୍ଷା'ର ଉଦଘାଟନ
author img

By

Published : Aug 29, 2020, 1:27 PM IST

Updated : Aug 29, 2020, 1:39 PM IST

ଥିରୁଅନନ୍ତପୁରମ୍: ଭିଡିଓ କନଫରେନ୍ସିଂ ମାଧ୍ୟମରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଥମ ପ୍ରତୀକ୍ଷିତ ସାମୁଦ୍ରିକ ଆମ୍ବୁଲାନ୍ସ ‘ପ୍ରତୀକ୍ଷା’କୁ ଉଦଘାଟନ କରିଛନ୍ତି। ପୂର୍ବରୁ 'ପ୍ରତ୍ୟାଶା' ଓ 'କରୁଣ୍ୟା' ଅନ୍ୟ ଦୁଇଟି ସାମୁଦ୍ରିକ ଆମ୍ବୁଲାନ୍ସ ଅଗଷ୍ଟ 27ରେ କୋଚିନ୍ ସିପିୟାର୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଥିଲା । ଅଲଟ୍ରା-ଆଧୁନିକ ସୁବିଧା ଥିବା ତିନୋଟି ସାମୁଦ୍ରିକ ଆମ୍ବୁଲାନ୍ସକୁ କେରଳ ସରକାର ମୋଟ 18.24 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରିଛନ୍ତି ।

ଫ୍ଲୋଟ୍ ଆଉଟ୍ ସମାରୋହରେ କେରଳର ମତ୍ସ୍ୟ ମନ୍ତ୍ରୀ ଜେ. ମର୍କିକ୍ୟୁଟି ଆମ୍ମା ଓ ମତ୍ସ୍ୟ ବିଭାଗର ସଚିବ ଟିଙ୍କୁ ବିଶ୍ବାଲ ଅଂଶଗ୍ରହଣ କରିଥିଲେ । ପ୍ରତୀକ୍ଷା, ପ୍ରତ୍ୟାଶା ଏବଂ କରୁଣ୍ୟା ସେବା ଯଥାକ୍ରମେ ଥିରୁଅନନ୍ତପୁରମ୍, ଏର୍ନାକୁଲମ୍ ଏବଂ କୋଜିକୋଡେ ଉପକୂଳବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେବ । ଏହାପୂର୍ବରୁ ସାମୁଦ୍ରିକ ଓକଚି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା । ଏହା ପରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସାମୁଦ୍ରିକ ଆମ୍ବୁଲାନ୍ସକୁ ସୁଗମ କରିବାରେ ରାଜ୍ୟ ସରକାର ଏକ ବିଶେଷ ଆଗ୍ରହ ଦେଖାଇଥିଲେ ଓ ତିନୋଟି ଆଧୁନିକ ସାମୁଦ୍ରିକ ଆମ୍ବୁଲାନ୍ସ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ।

କେରଳରେ ସାମୁଦ୍ରିକ ଆମ୍ବୁଲାନ୍ସ 'ପ୍ରତୀକ୍ଷା'ର ଉଦଘାଟନ

ଆମ୍ବୁଲାନ୍ସ ଗୁଡିକ 23 ମିଟର ଲମ୍ବ, 5.5 ମିଟର ପ୍ରସ୍ଥ ଓ 3 ମିଟର ଗଭୀର । କେନ୍ଦ୍ରୀୟ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ଦ୍ବାରା ବୈଷୟିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ସାମୁଦ୍ରିକ ଆମ୍ବୁଲାନ୍ସ ଗୁଡିକର ସାହାଯ୍ୟରେ ସମୁଦ୍ରରେ ବିପଦରେ ଥିବା 10 ଜଣଙ୍କୁ ଏକ ସମୟରେ ନିରାପଦରେ ଉପକୂଳକୁ ଅଣାଯାଇପାରିବ । ପ୍ରାଥମିକ ଚିକିତ୍ସା ସୁବିଧା ପାଇଁ ଚିକିତ୍ସା ଉପକରଣ ଓ ଔଷଧ ସାମୁଦ୍ରିକ ଆମ୍ବୁଲାନ୍ସରେ ସେଟ୍ ହୋଇରହିଛି ।

ପାରାମେଡିକାଲ୍ କର୍ମଚାରୀ ଓ ସ୍ବତନ୍ତ୍ର ତାଲିମପ୍ରାପ୍ତ ସାଗର ରେସକ୍ୟୁ ସ୍କ୍ବାର୍ଡ କର୍ମଚାରୀଙ୍କ ସେବା ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଉପଲବ୍ଧ ହେବ। ଆମ୍ବୁଲାନ୍ସ ପାଇଁ ବୈଷୟିକ କର୍ମଚାରୀଙ୍କ ସେବା କେରଳ ସିପିଂ ଏବଂ ଆଭ୍ୟନ୍ତରୀଣ ନାଭିଗେସନ୍ କର୍ପୋରେସନ୍ ଉପରେ ନ୍ୟସ୍ତ ରହିଛି । ଗୋଟିଏ ସାମୁଦ୍ରିକ ଆମ୍ବୁଲାନ୍ସ ଡଙ୍ଗାର ମୂଲ୍ୟ 6.08 କୋଟି ଟଙ୍କା । ଗୋଟିଏ ସାମୁଦ୍ରିକ ଆମ୍ବୁଲାନ୍ସର ନିର୍ମାଣ ମୂଲ୍ୟ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଦ୍ବାରା ସମ୍ପୂର୍ଣ୍ଣ ବହନ କରାଯାଇଛି । ଅନ୍ୟ ଏକ ଆମ୍ବୁଲାନ୍ସର ଅଧା ମୂଲ୍ୟ କୋଚିନ୍ ସିପିୟାର୍ଡର କର୍ପୋରେଟ୍ ସାମାଜିକ ଦାୟିତ୍ବ ପାଣ୍ଠି ବହନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 29, 2020, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.