ଥିରୁଅନନ୍ତପୁରମ୍:କୋରୋନା ସଂକ୍ରମଣ ମଧ୍ୟରେ ଲାଗିଥିବା ପ୍ରତିବନ୍ଧକକୁ ସହଜ କରିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ବୃଦ୍ଧି ପରେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପିଏସୟୁରେ କର୍ମଚାରୀଙ୍କ 100 ପ୍ରତିଶତ ଉପସ୍ଥାପନକୁ ଅନୁମତି ଦେଇଛନ୍ତି କେରଳ ସରକାର ।
ଏଥିସହ ହୋଟେଲ ଏବଂ ରେସ୍ତୋଁରାରେ ବସି ଭୋଜନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ଏହା ବ୍ୟତୀତ ଅନ୍ୟ ରାଜ୍ୟରୁ ଫେରୁଥିବା କିମ୍ବା କେରଳରୁ ଯାଉଥିବା ସମସ୍ତଙ୍କୁ 7 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି ।
ମଙ୍ଗଳବାର କେରଳରେ 4,125 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 19 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। 38,574 ଜଣଙ୍କର ନମୁନା ପରୀକ୍ଷା ନିଆଯାଇଥିବାବେଳେ 3,007 ଲୋକ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ 40,382 ସକ୍ରିୟ ମାମଲା ରହିଛି।