ETV Bharat / bharat

କେନିଆ ଭୂସ୍ଖଳନ: ମୃତ୍ୟୁସଂଖ୍ୟା 60କୁ ବୃଦ୍ଧି

author img

By

Published : Nov 25, 2019, 9:44 AM IST

Updated : Nov 25, 2019, 12:33 PM IST

ଉତ୍ତରପଶ୍ଚିମ କେନିଆରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 60କୁ ବୃଦ୍ଧି ପାଇଛି । ଆଗକୁ ପଢନ୍ତୁ...

କେନିଆ ଭୂସ୍ଖଳନ ମୃତ୍ୟୁସଂଖ୍ୟା 60 ଛୁଇଁଲା

ନାଇରୋବି: ଆଫ୍ରିକୀୟ ରାଷ୍ଟ୍ର କେନିଆରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 60କୁ ବୃଦ୍ଧି ପାଇଛି । ପ୍ରବଳ ବର୍ଷା କାରଣରୁ କେନିଆର ଉତ୍ତରପଶ୍ଚିମ ଭାଗରେ ଭୂସ୍ଖଳନ ହୋଇଥିଲା । ଏ ଘଟଣାରେ 7 ଜଣ ନିଖୋଜ ଥିବା ଜଣାପଡିଛି ।

ଭୂସ୍ଖଳନ ସମୟରେ ଗୋଟିଏ କାର ଯାତ୍ରା କରୁଥିବା ସମୟରେ ପାଣିରେ ଭାସିଯାଇଥିଲା । ଯାହା ଫଳରେ କାରରେ ଥିବା 5ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ 55 ଜଣ ମୃତକଙ୍କ ମଧ୍ୟରେ 7 ଜଣ ଶିଶୁ ଅଛନ୍ତି ।

ଏପରି ପ୍ରାକୃତିକ ବିପର୍ଯ୍ୟୟ ଆମେ କେବେ ଦେଖିନଥିଲୁ ବୋଲି କହିଛନ୍ତି ୱେଷ୍ଟ ପୋକଟର ରାଜ୍ୟପାଳ ଜନ କ୍ରପ ଲୋନୟାଙ୍ଗଅପୁଓ । ଗତ ଶନିବାର କେନିଆ-ଉଗାଣ୍ଡା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦିନ ସାଢେ 2ଟା ସମୟରେ ପ୍ରଳୟଙ୍କାରୀ ଭୂସ୍ଖଳନ ହେବାରୁ ସେଠାରେ ଥିବା ପୋଲ, ରାସ୍ତା ଏବଂ ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥିଲା ।

ଏହା ଯୋଗୁଁ କାଦୁଅରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲା କେନିଆ ପୋଲିସ ଏବଂ ସାମରିକ ବାହିନୀ । ଏହି ବିପର୍ଯ୍ୟୟ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି।

Intro:Body:

BLANK FOR LINK

Conclusion:
Last Updated : Nov 25, 2019, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.