ETV Bharat / bharat

ଜଗନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି । କାଲେଶ୍ବରମ ପ୍ରକଳ୍ପର ଉଦଘାଟନ ପାଇଁ ଜଗନଙ୍କୁ ନିମନ୍ତ୍ରଣ ଦେଇଛନ୍ତି କେସିଆର ।

author img

By

Published : Jun 18, 2019, 1:57 PM IST

Updated : Jun 18, 2019, 3:45 PM IST

ଫାଇଲ ଫଟୋ

ଅମରାବତୀ: କାଲେଶ୍ବରମ ପ୍ରକଳ୍ପର ଉଦଘାଟନ ପାଇଁ ଜଗନଙ୍କୁ ନିମନ୍ତ୍ରଣ ଦେଲେ କେ. ଚନ୍ଦ୍ରଶେଖର ରାଓ । ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି । ଏହାପରେ ରାଓ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅପରାହ୍ନରେ ପହଞ୍ଚି ସହରରେ ଥିବା କନକ ଦୁର୍ଗା ମନ୍ଦିର ପରିଦର୍ଶନରେ ଯିବେ ।

ଖବର ଅନୁଯାୟୀ, ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ କେସିଆର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ତାଦେପାଲି ବାସଭବନରେ ପହଞ୍ଚିବେ । ହେଲେ ପ୍ରକଳ୍ପର ଉଦଘାଟନ ନେଇ ଏହି ନିମନ୍ତ୍ରଣକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ପରେ ପରେ ଉଭୟ ନେତା ବାକି ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ସେଥିରେ ମୁଖ୍ୟ ବିଷୟ ବସ୍ତୁ ରହିବ 2014 ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ । ସେହିପରି ସର୍ବସାଧାରଣ ସ୍ଥାନର ଉପଯୁକ୍ତ ବ୍ୟବହାର, ଆରଟିସି ଆସେଟ, ଲୋକବଳ ଓ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ଜଳବିଭାଜନ ଉପରେ ଏହି ବୈଠକରେ ଆଲୋଚନା କରାଯିବ ।

Intro:ଅଗ୍ନିଶମ ନିରାପତା ନେଇ ରାଜଧାନୀର ୧୫ଟି ହସପିଟାଲରେ ଜୋରଦାର ଚେକିଂ
Body:
ଆକ୍ସନ ମୁଡରେ ଅଗ୍ନିଶମ ବିଭାଗ ଟିମ। କିଛିଦିନ ତଳେ କୋଚିଂ ସେଣ୍ଟ ପରେ ଏବେ ରାଜଧାନୀର ସପିଟାଲରେ ଆରମ୍ଭ ହୋଇଛି ଚେକିଂ। ଫାୟାର ତେଫଟି ନେଇ ରାଜଧାନୀର ୧୫ଟି ପ୍ରମୁଖ ହସପିଟାଲରେ ଚାଲିଛି ଜୋରଦାର ଚେକି। ଫାୟାର ସର୍ଭିସର ଟିମ ଭାଗ ଭାଗ ହୋଇ ଏକ କାଳିନ ୧୫ଟି ଯାକ ହସପିଟାଲର େକରାଯାଇଛି ଚେକିଂ ଓ ଓାର୍ଣିଂ। ଏଥି ସ ଉପସ୍ଥିତ ରୋଗି ଓ ହସପିଟାଲ କର୍ମଚାରିଙ୍କୁ ମଧ୍ଯ ଅଗ୍ନି ନିରାପତା ନେଇ ସଚେତନତା କହାଯାଇଛିଯ ତେବେ ବଡ କଥା ହେଉଛି ରାଜଧାନୀର ସମ ହସପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ସେତେବେଳେ ଅନେକ ହସପିଟାଲରେ ଅଗ୍ନିନିରାପତା ନେଇ ଯାଂଚ କରାଯାଇଥିଲା। ଏପରିକି ଅନେକ ସପିଟାଲର ଫାୟାର ସେଫଟି ଲାଇସେନ୍ସ ନଥିବା ପରେ ଏପେଇ ତୁରନ୍ତ ନେବା ସହ ଫାୟାର ସେଫଟି ପାଇଁ ଆବଶ୍ଯଗିୟ ଭିତିଭୁମି ପାଇଁ ନିର୍ଦେଶ ଦିଆଯାଇଥିଲା। ତେବେ ଦିର୍ଘଦିନ ପରେ ହଟାତ ହସପିଟାଲ ମାନଙ୍କରେ ପୁଣି ରାଜଧାନିରେ ସମ,ବିବେକାନନ୍ଦ,କଳିଙ୍ଗ ,କିମସ,କେୟାର,ସ୍ପର୍ଶ,ଆମ୍ରି ,ସନସାଇନ ଭଳି ପ୍ରମୁଖ ହସପିଟାଲରେ ୱାଟର ଷ୍ଟୋରେଜ,ଷ୍ଟେୟାର ,ଫାୟାର ଏକ୍ସଟନସର,ଆଲାରାମ ସିଷ୍ଟମ,ଫାୟାର ଲାଇସେନ୍ସ ସାର୍ଟିଫିକେଟ ଆଦି ଅନେକ ଦିଗକୁ ଯାଂଚ କରାଯାଉଥିଲେ ଏସବୁ ହସପିଟାଲହ କଣ ରହିଛି ସ୍ଥିତି ତା ହା ଉପରେ ନଜର।
Conclusion:
Last Updated : Jun 18, 2019, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.