ETV Bharat / bharat

ସ୍ବତନ୍ତ୍ର ପାହ୍ୟା ପାଇଁ ସଂଗ୍ରାମ କରିବାକୁ ମେଣ୍ଟ ଗଠନ କଲେ କାଶ୍ମୀରର ପ୍ରମୁଖ ଛଅଟି ରାଜନୈତିକ ଦଳ

author img

By

Published : Oct 16, 2020, 9:49 AM IST

କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପାଇଁ ସଂଗ୍ରାମ କରିବାକୁ ମେଣ୍ଟ ଗଠନ କଲେ ଛଅ ପ୍ରମୁଖ ଦଳ । ମେଣ୍ଟର ନାମ ‘ପିପୁଲସ ଆଲାଏନସ ଫର ଗୁପକାର ଡିକ୍ଲାରେସନ’ ।

କାଶ୍ମୀରର ପ୍ରମୁଖ ଛଅଟି ରାଜନୈତିକ ଦଳ
କାଶ୍ମୀରର ପ୍ରମୁଖ ଛଅଟି ରାଜନୈତିକ ଦଳ

ଶ୍ରୀନଗର: 14 ମାସ ଧରି ଅଟକ ରହିଥିବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲସ ଡେମୋକ୍ରାଟିକ ପାର୍ଟିର ସଭାପତି ମେହେବୁବା ମୁଫତି ଖଲାସ ହେବାର ଦିନକ ପରେ ରାଜ୍ୟର ଛଅଟି ପ୍ରମୁଖ ରାଜନୈତିକ ଦଳ ଗୁରୁବାର ଦିନ ଏକ ବୈଠକରେ ମିଳିତ ହୋଇଛନ୍ତି । କାଶ୍ମୀର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ରାଜ୍ୟକୁ ପୂର୍ବରୁ ମିଳୁଥିବା ସ୍ବତନ୍ତ୍ର ପାହ୍ୟା ପୁନଃ ପ୍ରଦାନ ଦାବିରେ ସଂଗ୍ରାମ କରିବା ସକାଶେ ଏକ ମେଣ୍ଟ ଗଠନ କରିଛନ୍ତି। ଏହାର ନାମ ‘ପିପୁଲସ ଆଲାଏନସ ଫର ଗୁପକାର ଡିକ୍ଲାରେସନ’ ରଖାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ଏହି ବୈଠକ ଘଣ୍ଟାଏରୁ ଅଧିକ ସମୟ ଧରି ବସିଥିଲା। ଏଥିରେ ଅନ୍ୟ ପାଞ୍ଚଟି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନେ ଯୋଗ ଦେଇଥିଲେ। ଏସବୁ ନେତା ଏବର୍ଷ ଅଗଷ୍ଟ 22 ତାରିଖ ଦିନ ଗୁପକାର ଡିକ୍ଲାରେସନରେ ସ୍ବାକ୍ଷର କରିଥିଲେ।

ବୈଠକରେ ଯୋଗ ଦେଇଥିବା ନେତାମାନେ ହେଲେ ପିଡିପି ମୁଖ୍ୟ ମେହବୁବା ମୁଫତି, ପିପୁଲସ କନଫରେନସର ଅଧ୍ୟକ୍ଷ ସାଜଦ ଲୋନେ, ଜାମ୍ମୁ ଓ କାଶ୍ମୀର ପିପୁଲସ ମୁଭମେଣ୍ଟ ସଭାପତି ଜାଭାଏଦ୍ ମୁସ୍ତାଫା ମୀର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଏମ.ୱାଇ ତାରିଗାମୀ ଏବଂ ଆୱାମୀ ନ୍ୟାସନାଲ କନଫରେନ୍ସ ଉପ ସଭାପତି ମୁଜାଫର ଶାହା।

ଘୋଷଣାନାମାରେ ସ୍ବାକ୍ଷର କରିଥିବା ଗୋଟିଏ ଦଳ ଜାମ୍ମୁ ଓ କାଶ୍ମୀର କଂଗ୍ରେସ କମିଟି ବୈଠକରେ ଯୋଗ ଦେଇନଥିଲା। ଏହି ଦଳର ସଭାପତି ସ୍ବାସ୍ଥ୍ୟଗତ କାରଣରୁ ବୈଠକରେ ଯୋଗ ଦେଇପାରିନଥିବା ଦଳୀୟ ମୁଖପାତ୍ର କହିଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ଉଦବୋଧନ ଦେଇ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ଗୁପକାର ଡିକ୍ଲାରେସନକୁ ଆଜିଠାରୁ ‘ପିପୁଲସ ଆଲାଏନସ ଫର୍ ଗୁପକାର ଡିକ୍ଲାରେସନ’ ଭାବେ କୁହାଯିବ। ମେହବୁବା, ସାଜଦ ଲୋନେ, ତାରିଆଗାମୀଙ୍କ ଉପସ୍ଥିତିରେ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, 2019 ଅଗଷ୍ଟ 4ରେ ଜାମ୍ମୁ ଓ କାଶ୍ମୀରର ଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବଜାୟ ରଖିବା ପାଇଁ ଆଲାଏନସ ସଂଗ୍ରାମ କରିବ ଏବଂ ସମସ୍ତ ପକ୍ଷଙ୍କୁ ନେଇ ଆଲୋଚନା ଜରିଆରେ ଶାନ୍ତିପୂର୍ଣ୍ଣ ଉପାୟରେ କାଶ୍ମୀର ରାଜନୈତିକ ପ୍ରସଙ୍ଗର ସମାଧାନ ଦିଗରେ ଉଦ୍ୟମ କରାଯିବ।

‘ଜମ୍ମୁ ଓ କାଶ୍ମୀର ଏବଂ ଲଦାଖଠାରୁ ଯାହା ଛଡ଼ାଇ ନିଆଯାଇଛି ତାହାକୁ ପୁନଃ ପ୍ରଦାନ ପାଇଁ ଆମକୁ ସଂଗ୍ରାମ କରିବାକୁ ପଡ଼ିବ। ଏହା ଆମର ଏକ ସାମ୍ବିଧାନିକ ଯୁଦ୍ଧ ହେବ... ଜମ୍ମୁ ଓ କାଶ୍ମୀର ସଂକ୍ରାନ୍ତରେ 2019 ଅଗଷ୍ଟ 5ରେ ଯାହା ଥିଲା ସେଥିପାଇଁ ସମ୍ବିଧାନର ପୁନଃପ୍ରତିଷ୍ଠା ପାଇଁ ଆମକୁ ପ୍ରୟାସ କରିବାକୁ ହେବ,’ ବୋଲି ଫାରୁକ କହିଛନ୍ତି।

ସେ କହିଛନ୍ତି ଯେ, ‘ମେଣ୍ଟର ସବୁ ସଦସ୍ୟ ପୁଣି ଥରେ ଏକ ବୈଠକରେ ବସିବେ। ବିଜେପି ସରକାର ଗତବର୍ଷ ଅଗଷ୍ଟ 5ରେ ଉଚ୍ଛେଦ କରିଥିବା ସ୍ବତନ୍ତ୍ର ପାହ୍ୟାକୁ ପୁଣି ଥରେ ରାଜ୍ୟକୁ ପ୍ରଦାନ ପାଇଁ ଆନ୍ଦୋଳନର ବିସ୍ତୃତ କାର୍ଯ୍ୟକ୍ରମ ଏହି ବୈଠକରେ ପ୍ରସ୍ତୁତ କରାଯିବ।’

ଗତବର୍ଷ ଅଗଷ୍ଟ 5 ତାରିଖରେ ବିଜେପି ନେତୃତ୍ବାଧୀନ ସରକାରଙ୍କ ଦ୍ବାରା ଧାରା 370 ଉଚ୍ଛେଦ ହେବାର 14 ମାସ ପରେ କାଶ୍ମୀରରେ ପ୍ରଥମ ଥର ପାଇଁ ଏହା ଏକ ବଡଧରଣର ରାଜନୈତିକ କାର୍ଯ୍ୟକଳାପ ହୋଇଥିବାରୁ ଛଅଟି ରାଜନୈତିକ ଦଳକୁ ନେଇ ଗୁରୁବାର ଦିନ ବସିଥିବା ବୈଠକ ରାଜନୈତିକ କ୍ଷେତ୍ରରେ ଅଧିକ ଗୁରୁତ୍ବ ବହନ କରୁଛି। 370 ଧାରା ଉଚ୍ଛେଦ ସହିତ ତତ୍କାଳୀନ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଭାଗ ଭାଗ କରାଯାଇଥିଲା।

-ମୀର ଫରହାତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.