ଶ୍ରୀନଗର: ଇରାନରୁ ଉଡ଼ି ରାଜସ୍ଥାନର ଜୈସଲମେର୍ ସହରରେ ଏକାନ୍ତବାସରେ ରଖାଯାଇଥିବା କାଶ୍ମୀର ଛାତ୍ରମାନେ ସରକାରୀ ଉଦାସୀନତାକୁ କୋରୋନା ଭାଇରସ୍ ଠାରୁ ଅଧିକ ଅସୁରକ୍ଷିତ ଅନୁଭବ କରୁଛନ୍ତି । “ସରକାରୀ ଉଦାସୀନତା ହେତୁ ପ୍ରତ୍ୟେକ ଦିନ ଜୈସଲମେର୍ ଏକାନ୍ତବାସ କେନ୍ଦ୍ରରେ ମୁଁ ଅଶାନ୍ତି ଅନୁଭବ କରୁଛି । ଆମକୁ ୧୪ ଦିନ ପାଇଁ ଏକାନ୍ତବାସରେ ରଖାଯାଇଥିଲା ଏବଂ ବର୍ତ୍ତମାନ ଏହା ଭିତରେ ପ୍ରାୟ ୨୦ ଦିନ ବିତିଗଲାଣି । କେହି ଆମକୁ କିଛି କହୁ ନାହାଁନ୍ତି, ଲାଗୁଛି ଯେ ଆମକୁ ବର୍ତ୍ତମାନ ନିଃସଙ୍ଗ କରାଯାଇଛି” ବୋଲି ମାର୍ଚ୍ଚ ୧୫ ରେ ଭାରତରେ ପହଞ୍ଚିଥିବା ଇରାନର ଜଣେ ଡାକ୍ତରୀ ଛାତ୍ରୀ ଅନସାବ ନବୀ କୁହନ୍ତି ।
ସେ ବିଶ୍ୱାସ କରନ୍ତି ଯେ ଅନିଶ୍ଚିତତାର କାରଣ ହେଉଛି କର୍ତ୍ତୃପକ୍ଷ ବିଭିନ୍ନ ଲୋକଙ୍କୁ ଏକାନ୍ତବାସ ସୁବିଧାରେ ଅଲଗା କରିନାହାଁନ୍ତି । “ଏହି ଏକାନ୍ତବାସରେ କେବଳ ଛାତ୍ର ନାହାନ୍ତି । ଇରାନର କୋମରୁ ଆସିଥିବା ତୀର୍ଥଯାତ୍ରୀ ମଧ୍ୟ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କ ରକ୍ତ ପରୀକ୍ଷାରେ କୋରୋନା ପଜିଟିଭ୍ ରିପୋର୍ଟ ଆସିଛି ”ବୋଲି ଅନସାବ ନବି ଜୈସଲମର୍ରୁ ଫୋନରେ ଇଟିଭି ଭାରତକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଠାରେ ୨୦ ଜଣଙ୍କ ପାଇଁ ଗୋଟିଏ ଖାଇବା ସ୍ଥାନ ଏବଂ କେବଳ ଦୁଇଟି ୱାଶରୁମ୍ ଅଛି, ଯାହାକୁ ଗୋଟିଏ ହଲରେ ରଖାଯାଇଛି, ଯାହା ଏକ ବଡ଼ ବ୍ଲକର ଅଂଶ ଅଟେ ।
ଅନସାବ ନବୀ କହିଛନ୍ତି ଯେ ଜୈସଲମେର୍ ଏକାନ୍ତବାସ ସୁବିଧା କେନ୍ଦ୍ରରେ ରଖାଯାଇଥିବା ଛାତ୍ର କେବଳ କାଶ୍ମୀରୀ ଛାତ୍ର ନୁହଁନ୍ତି । ରାଜସ୍ଥାନର ଜୈସଲମେର୍ ଏବଂ ଯୋଧପୁର ଏକାନ୍ତବାସ ସୁବିଧା କେନ୍ଦ୍ରରେ ୨୫୦ରୁ ଅଧିକ କାଶ୍ମୀରୀ ଛାତ୍ର ଘରକୁ ଯିବାକୁ ଅପେକ୍ଷା କରିଛନ୍ତି । ରାଜସ୍ଥାନ ସରକାରୀ ତଥ୍ୟ ଅନୁଯାୟୀ, ଜୈସଲମେର୍ ଏକାନ୍ତବାସ ସୁବିଧା କେନ୍ଦ୍ରରେ ପ୍ରାୟ ୧୭୦ କାଶ୍ମୀରବାସୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୦୦ ରୁ ଅଧିକ ଇରାନର ଛାତ୍ର ଅଟନ୍ତି ।
ମାର୍ଚ୍ଚ ୧୪ ପରେ ଭାରତ ସରକାର ପ୍ରାୟ ୩୦୦ ଛାତ୍ରଙ୍କୁ ଦେଶରୁ ସ୍ଥାନାନ୍ତର କରିଥିଲେ ଏବଂ କୋରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଅନୁଯାୟୀ, ଡାକ୍ତରୀ ତତ୍ତ୍ୱାବଧାନରେ ଜୈସଲମେର୍ର ଏକ ଆର୍ମି ୱେଲନେସ୍ କେନ୍ଦ୍ରରେ ୧୪ ଦିନ ପାଇଁ ନିଃସଙ୍ଗ କରାଯାଇଥିଲା । ଅପରିଚିତ କରୋନା ଭାଇରସ୍ର ବିଶ୍ୱବ୍ୟାପୀ ବିସ୍ତାର ପରେ ଇରାନ ସବୁଠାରୁ ଅଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି, ଯେଉଁଠାରେ ଏହି ରୋଗ ହେତୁ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।
ତଥାପି, ଛାତ୍ରମାନେ ଚିନ୍ତିତ ଅଛନ୍ତି ଯେ ଯେଉଁମାନେ ସାବଧାନତା ଅବଲମ୍ବନ କରି ଇରାନରେ କୋରୋନା ପ୍ରାର୍ଦୁଭାବରୁ ରକ୍ଷା ପାଇଯାଇଛନ୍ତି, ସେମାନେ ଏବ ବିଭିନ୍ନ ବିପଦ ଗୋଷ୍ଠୀ ସହିତ ମିଶ୍ରଣ ଯୋଗୁଁ ଏହି ସୁବିଧା କେନ୍ଦ୍ର ଗୁଡ଼ିକରେ ଅସୁରକ୍ଷିତ ହୋଇପଡ଼ିଛନ୍ତି । “ଆମେ ମାର୍ଚ୍ଚ ୧୪ ରେ ଇରାନରୁ ଦିଲ୍ଲୀରେ ଅବତରଣ କରିଥିଲୁ, ଯେଉଁଠାରୁ ଆମକୁ ଜୈସଲମେର୍କୁ ନିଆଯାଇଥିଲା । ତୀର୍ଥଯାତ୍ରୀ ଏବଂ ଛାତ୍ରମାନଙ୍କ ମଧ୍ୟର କୌଣସି ପୃଥକତା ନଥିଲା । ଆମେ ସମସ୍ତେ ଏକାଠି ହୋଇଥିଲୁ । ଆମେ ସମସ୍ତେ ଜାଣିଥିଲୁ ଯେହେତୁ ତୀର୍ଥଯାତ୍ରୀମାନେ ସିଧାସଳଖ କୋମରୁ ଆସିଥିଲେ, ସେମାନେ ଭାଇରସ ବହନକାରୀ ହେବାର ଆଶଙ୍କା ଅଧିକ ଥିଲା । ତେଣୁ ଆମେ କର୍ତ୍ତୃପକ୍ଷଙ୍କୁ ପୃଥକ ଭାବେ ଏକାନ୍ତବାସ କରିବାକୁ ଅନୁରୋଧ କରିଥିଲୁ, କିନ୍ତୁ ସେମାନେ ଆମ କଥା ଶୁଣିଲେ ନାହିଁ” ବୋଲି ସେଠାରେ ଥିବା ଇରାନର ଅନ୍ୟ ଜଣେ ଡାକ୍ତରୀ ଛାତ୍ର ଅବଦୁଲ ରୁଫ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
“ଗୋଟିଏ ବ୍ଲକରେ ମହାରାଷ୍ଟ୍ରର ଅତି କମ୍ରେ ୬ ଜଣ ଲୋକ ଅଛନ୍ତି ଯେଉଁମାନଙ୍କ ନମୁନା ପରୀକ୍ଷାରେ କୋରୋନା ପଜିଟିଭ୍ ବାହାରିଛି, ଯାହା କେବଳ ଆମର ଭୟକୁ ବଢ଼ାଇ ଦେଇଛି । କର୍ତ୍ତୃପକ୍ଷ ଆମକୁ କହିଛନ୍ତି ଯେ ୧୪ ଦିନ ମଧ୍ୟରେ ଯଦି କୌଣସି ବ୍ୟକ୍ତି ପଜିଟିଭ୍ ପରୀକ୍ଷା କରାଯାଏ, ତେବେ ବ୍ଲକ୍ ଅଲଗା ଥିବାରୁ କେବଳ ସେହି ବ୍ୟକ୍ତି ଏକାନ୍ତବାସ ପାଇବ ଏବଂ ଅନ୍ୟମାନଙ୍କୁ ରହିବାକୁ ପଡ଼ିବ ନାହିଁ । କିନ୍ତୁ ବର୍ତ୍ତମାନ ସେମାନେ ନୂତନ ନିୟମ ଲାଗୁ କରୁଛନ୍ତି” ବୋଲି ରୁଫ୍ କହିଛନ୍ତି । “ସେମାନେ କହୁଛନ୍ତି ଯେ ଆମ ସମସ୍ତଙ୍କୁ ଅଧିକ ଦିନ ରହିବାକୁ ପଡ଼ିବ । ଆମେ ଜାଣିବାକୁ ଚାହୁଁଛୁ କେତେବେଳେ ଘରକୁ ଫେରି ପାରିବୁ ।”
ଯେତେବେଳେ ରାଜସ୍ଥାନର ଏକାନ୍ତବାସ ସୁବିଧା କେନ୍ଦ୍ରରୁ କାଶ୍ମୀରୀ ଛାତ୍ରଛାତ୍ରୀଙ୍କ ଫେରିବାରେ ବିଳମ୍ବ ସମ୍ପର୍କରେ ଇଟିଭି ଭାରତ ଜମ୍ମୁ ଏବଂ କାଶ୍ମୀରର ପ୍ରଶାସନ ସହ ଯୋଗାଯୋଗ କରିଥିଲେ, ସେତେବେଳେଅଧିକାରୀମାନେ ଦାବି କରିଥିଲେ ଯେ ଏହି ବିଳମ୍ବ ଦେଶବ୍ୟାପୀ ବନ୍ଦ, କାରଣ ଲକ୍ଡାଉନ୍ରେ ଆନ୍ତଃ ରାଜ୍ୟ ଯାତ୍ରା ମଧ୍ୟ ସ୍ଥଗିତ ରହିଛି ।
“ଆମେ ରାଜସ୍ଥାନ ପ୍ରଶାସନ ସହ ଯୋଗାଯୋଗରେ ଅଛୁ , କିନ୍ତୁ ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ସେମାନଙ୍କ ଏକାନ୍ତବାସ ଅବଧି ସମାପ୍ତ କରିଥିବା ଛାତ୍ରଙ୍କ ସମେତ ଲୋକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ନେଉଛୁ” ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, “ଜମ୍ମୁ ଏବଂ କାଶ୍ମୀର ବାସିନ୍ଦା ଧୈର୍ଯ୍ୟବାନ ହେବା ଉଚିତ ଏବଂ ପ୍ରଶାସନ ସହ କିଛି ସମୟ ସହଯୋଗ କରିବା ଉଚିତ । ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ।’’ ପ୍ୟାନିକ୍ ବଟନ୍ ଦବାଇ ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରୁଥିବାବେଳେ ଜୈସଲମର୍ ସୁବିଧା ଏବଂ କାଶ୍ମୀରର ସେମାନଙ୍କ ପରିବାର ମହାମାରୀ ମଧ୍ୟରେ ଚିନ୍ତାରେ ପଡ଼ିଛନ୍ତି ।
ଜୁଲକର୍ନାଇନ୍ ଜୁଲଫି