ବେଙ୍ଗାଲୁରୁ: ଦେଶଦ୍ରୋହ ମାମଲାରେ ଅଭିଯୁକ୍ତ ଥିବା 3ଜଣ କାଶ୍ମୀରୀ ଛାତ୍ରଙ୍କୁ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି ହୁବଲିର ଜେଏମଏଫସି କୋର୍ଟ । ପାକିସ୍ତାନ ସମର୍ଥନରେ ନାରାବାଜି କରିବା ପରେ ଏହି ଛାତ୍ରଙ୍କୁ ଗିରଫ କରାଯାଇଥିଲା । ତେବେ ନିର୍ଦ୍ଧାରିତ ସମୟରେ ହୁବେଲି ପୋଲିସ ଚାର୍ଜସିଟ ଦାଖଲ କରିନଥିବାରୁ ସେମାନଙ୍କୁ ଜାମିନ ମିଳିଥିବା ଯୁବ ଓକିଲ ସଂଘର ଅଧ୍ୟକ୍ଷ ଅଶୋକ ଅନବେକରା କହିଛନ୍ତି । ଏହା ସହିତ ସେ ଏଭଳି ଘଟଣାକୁ କଡା ନିନ୍ଦା କରିଛନ୍ତି ।
ସୂଚନା ମୁତାବକ, ଏହି 3 ଜଣ ଯୁବକ ଫେବୃଆରୀ 14 ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷ ହେବାପରେ ଉତ୍ସବ ମନାଇଥିଲେ । ଏହା ସହିତ ସେମାନେ ପାକିସ୍ତାନ ସମର୍ଥନରେ ନାରାବାଜି କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ