ETV Bharat / bharat

ଉଚ୍ଛେଦ ହେଲା ଧାର 370, ସ୍ବାଗତ ଜଣାଇଲେ କଶ୍ମୀର ପଣ୍ଡିତ

author img

By

Published : Aug 5, 2019, 11:09 PM IST

ବହୁ ଦିନର ଅପେକ୍ଷାର ଅନ୍ତଘଟିଥିବାରୁ ଖୁସି ସମ୍ଭାଳି ପାରୁନାହାଁନ୍ତି ନୋଏଡାରେ ରହୁଥିବା କାଶ୍ମୀର ପଣ୍ଡିତମାନେ । କେନ୍ଦ୍ରସରକାରଙ୍କର ଏହି ନିଷ୍ପତ୍ତିକୁ ହୃଦୟ ଖୋଲି ସ୍ବାଗତ କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ମୋଦି ସରକାର ଜମ୍ମୁ କଶ୍ମୀର ନେଇ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆଜି (ସୋମବାର) ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଧାରା 370କୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏପରିକି ଦିନର ଶେଷ ଆଡକୁ ରାଜ୍ୟସଭାରେ ଜମ୍ମୁ କାଶ୍ମୀର ପର୍ନଗଠନ ବିଲ ପାରିତ ହୋଇଛି । ଏହାପରେ ଜମ୍ମୁକଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମୋଦି ସରକାରଙ୍କର ଏହି ନିଷ୍ପତ୍ତି ପରେ ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳ ମାନେ ସମର୍ଥନ କରିଛନ୍ତି । ତେବେ କାଶ୍ମିର ପଣ୍ଡିତମାନେ ଏହାକୁ ହୃଦୟ ଖୋଲି ସ୍ବାଗତ କରିଛନ୍ତି । ଏତେ ଦିନ ପରେ ସେମାନଙ୍କୁ ନ୍ୟାୟ ମିଳିଥିବା ସେ କହିଛନ୍ତି ।

ଏହିପରିପ୍ରେକ୍ଷିରେ ‘ଇଟିଭି ଭାରତ’ର ପ୍ରତିନିଧି ରାଜଧାନୀ ଦିଲ୍ଲୀରେ ବାସକରୁଥିବା କିଛି କାଶ୍ମୀର ପଣ୍ଡିତଙ୍କୁ ଭେଟିଥିଲେ । ତାଙ୍କ କହିବାନୂସାରେ, ସରାକାରଙ୍କ ଏହି ନିଷ୍ପତ୍ତି ଐତିହାସିକ । ସେ ଆହୁରି କହିଛନ୍ତି ଆଜି ପର୍ଯ୍ୟନ୍ତ କୌଣସି ସରକାର ଏହା କରିପାରିନଥିବାବେଳେ ମୋଦି ସରକାର ଏହା କରିଦେଖାଇଛନ୍ତି । ଏତେ ବର୍ଷପରେ ଆମକୁ ଲାଗୁଛିଯେ, କଶ୍ମୀର ଉପରେ ଲାଗିଥିବା ଦାଗକୁ ସରକାର ହଟାଇ ଦେଇଛନ୍ତି ।

ସାକ୍ଷାତକାର ସମୟରେ ନିଜର ଖୁସି ବିଷୟରେ କହୁକହୁ ପଣ୍ଡିତ ମାନଙ୍କ ଆଖିରେ ଲୁହ ମଧ୍ୟ ଆସିଯାଇଥିଲା । ସେ କହିଥିଲେ ଏହା କେବଳ ନିଷ୍ପତ୍ତି ନୁହେଁ ଏହା କାଶ୍ମୀରବାସୀଙ୍କ ପାଇଁ ସ୍ବାଧୀନତା ଆଣିଦେଇଛି । କାରଣ 1990 ମସିହାରେ ତାଙ୍କର ଇଚ୍ଛା ନଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ କାଶ୍ମୀର ଛାଡିଥିବା କହିଛନ୍ତି । ହେଲେ ଆଜି ତାଙ୍କୁ ଖୁସି ଓ ଗର୍ବ ଅନୁଭବ ହେଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.