ETV Bharat / bharat

କାଶୀ ବିଶ୍ବନାଥଙ୍କ ଆର୍ଶିବାଦ ପରେ ନାମାଙ୍କନ ଭରିବେ ମୋଦି - କାଶୀବିଶ୍ବନାଥ

ଆସନ୍ତା 26 ତାରିଖରେ ନାମାଙ୍କନ ଭରିବେ ମୋଦି। ବାରାଣାସୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ସେ କାଶୀ ବିଶ୍ବନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଫାଇଲ ଫଟୋ
author img

By

Published : Apr 10, 2019, 11:28 AM IST

ନୂଆଦିଲ୍ଲୀ: ବାରାଣାସୀ ଲୋକସଭା ଆସନ ପାଇଁ ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ଦାଖଲ କରିବେ। ଏହି ଅବସରରେ ତାଙ୍କ ସହ ଉପସ୍ଥିତ ରହିବେ ଅନେକ କେନ୍ଦ୍ର ନେତା ସହ ବହୁ ପ୍ରମୁଖ ନେତା। ନାମାଙ୍କନ ଦାଖଲ ପୂର୍ବରୁ ମୋଦି କାଶି ବିଶ୍ବନାଥଙ୍କ ଦର୍ଶନ କରିବା ସହ ଆସନ୍ତା 25 ତାରିଖରେ ବାରାଣାସୀରେ ବିଶାଳ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ଥର ମଧ୍ୟ ଲୋକସଭା ପ୍ରାର୍ଥୀ ଭାବେ ମୋଦି ବାରାଣାସୀରୁ ମଇଦାନକୁ ଓହ୍ଲାଇଛନ୍ତି । ଗତ ଥର ଏହି ଆସନରୁ ମୋଦି ଲଢି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ପୂର୍ବରୁ ମୋଦି ଜଗନ୍ନାଥ ଧାମ ପୁରୀରୁ ପ୍ରାର୍ଥୀ ଭାବେ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପରେ ସବୁ ଚର୍ଚ୍ଚାର ଅବସାନ ଘଟାଇ ମୋଦି ବାରାଣାସୀରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ । ଆଉ ପୁରୀରୁ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା।

Intro:Body:

CVB

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.