ବେଙ୍ଗାଲୁର: ମହାମାରୀରେ ପବ ରୁ ପାର୍କ ଓ ପର୍ଯ୍ୟଟନ ସ୍ଛଳୀରେ ଝୁଲୁଛି ତାଲା। ହେଲେ ଏହି ସମୟରେ କର୍ଣ୍ଣାଟକର ପାର୍କ ଜଣେ ନୂଆ ଅତିଥିଙ୍କୁ ନିମନ୍ତ୍ରଣ କରିଛି। ବନ୍ନେରଘାଟ ବାୟୋଲୋଜିକାଲ ପାର୍କ (ବିବିପି) ର ଏକ 12 ବର୍ଷର ହାତୀ ଶନିବାର ଏକ କୁନି ହାତୀକୁ ଜନ୍ମ ଦେଇଛି।

ଉଭୟ ମା ଏବଂ ଛୁଆ ସୁସ୍ଥ ଅଛନ୍ତି ବୋଲି ବିବିପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ ଏହା ରୂପାର ଦ୍ବିତୀୟ ମାତୃତ୍ବ। ଏହା ପୂର୍ବରୁ ସେ ଆଉ ଥରେ ମା ହୋଇସାରିଛି। ସେ 2016 ମସିହାରେ 8 ବର୍ଷ ବୟସରେ ଗୋରୀ ନାମକ ଏକ ହାତୀ ଛୁଆକୁ ଜନ୍ମ ଦେଇଥିଲା।
ଏହି ହାତୀ ଛୁଆକୁ ମିଶାଇ ବର୍ତ୍ତମାନର ହାତୀ ଜନସଂଖ୍ୟା ବନ୍ନେରଘାଟ ବାୟୋଲୋଜିକାଲ ପାର୍କରେ ରେ 24 ଛୁଇଁଲା।