ETV Bharat / bharat

କୁମାରସ୍ବାମୀଙ୍କ ଇସ୍ତଫା ଜିଦରେ ବିଜେପି, ବୁଧବାର ରାଜ୍ୟପାଳଙ୍କୁ ଭେଟିବ ୟେଦ୍ଦୁରପ୍ପା ଟିମ

କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଇସ୍ତଫା ପରେ ସଙ୍କଟଘେରରେ ଥିବା କୁମାରସ୍ବାମୀ ସରକାରଙ୍କ ସଙ୍କଟକୁ ଆହୁରି ବଢାଇବା ପାଇଁ ବୁଧବାର ବିରୋଧ ପ୍ରଦର୍ଶନ କରିବ ବିଜେପି ।

author img

By

Published : Jul 9, 2019, 9:55 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଲାଗି ପଡିଛି ବିଜେପି । କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଇସ୍ତଫା ପରେ ସଙ୍କଟ ଘେରରେ ଥିବା କୁମାରସ୍ବାମୀ ସରକାରଙ୍କ ସଙ୍କଟକୁ ଆହୁରି ବଢାଇବା ପାଇଁ ବୁଧବାର ବିରୋଧ ପ୍ରଦର୍ଶନ କରିବ ବିଜେପି ।

କୁମାରସ୍ବାମୀଙ୍କ ଇସ୍ତଫା ଦାବି କରୁଥିବା ବିଜେପି ବୁଧବାର ସକାଳୁ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିବ ଏବଂ ମଧ୍ୟାହ୍ନ 1 ଟା ସମୟରେ ଏହି ମାମଲାକୁ ନେଇ ରାଜ୍ୟପାଳଙ୍କୁ ଭେଟିବ । ତେବେ ବାଚସ୍ପତି ଏବଂ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ହିଁ କୌଣସି ଗୁରୁତ୍ବପୁର୍ଣ୍ଣ ପଦକ୍ଷେପ ନେବୁ ବୋଲି ବିଜେପି ନେତା ଅରବିନ୍ଦ ଲିମ୍ବାବଲି କହିଛନ୍ତି ।

ସେପଟେ କର୍ଣ୍ଣାଟକ ସଙ୍କଟକୁ ନେଇ ବେଙ୍ଗାଲୁରରେ କଂଗ୍ରେସ ନେତାଙ୍କ ବୈଠକ ଚାଲିଛି । ଏହି ବୈଠକରେ କେସି ବେଣୁଗୋପାଳ, ଗୁଲାମ ନବି ଆଜାଦ, ସିଦ୍ଧାରମୈୟା, ଦିନେଶ ଗୁଣ୍ଡୁ ରାୱ, ମଲ୍ଲିକାର୍ଜୁନ ଖଡଗେ, ଇଶ୍ବର ଖନ୍ଦ୍ରେ ଏବଂ ଜମିର ଅହମଦ ଉପସ୍ଥିତ ଥିବା ଜଣା ପଡିଛି ।

ଇତି ମଧ୍ୟରେ ବିଜେପି ବିରୁଦ୍ଧରେ ଗମ୍ଭୀର ଆରୋପ ଲଗାଇଛନ୍ତି କଂଗ୍ରେସ ନେତା ଜମୀର ଅହମଦ । ବିଜେପି ଆମ ବିଧାୟକଙ୍କୁ ଅପହରଣ କରିନେଇଛି ଏବଂ ସେମାନଙ୍କୁ ଗନ ପଏଣ୍ଟରେ ଧମକ୍‌ ଦେଇ ରଖିଛି ବୋଲି ସେ କହିଛନ୍ତି । ଏହା ବ୍ୟତିତ ସେମାନଙ୍କ ଫୋନ ମଧ୍ୟ ଜବତ କରିନିଆଯାଇଛି । ଫଳରେ ସେମାନେ ନିଜ ପରିବାର ସହ ମଧ୍ୟ ସମ୍ପର୍କ କରି ପାରୁ ନାହାନ୍ତି । ଯଦି ସେମାନଙ୍କୁ ଛାଡି ଦିଆଯାଏ ସେମାନେ ନିଶ୍ଚିତ ଫେରିବେ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.