ବେଙ୍ଗାଲୁରୁ: କୋରୋନା ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନକୁ ପୁଣି ଥରେ ଉଲ୍ଲଂଘନ କରି ଚର୍ଚ୍ଚାରେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ । ନିକଟରେ ସେ ରାଜନେତା ପିଟି ପରମେଶ୍ବର ନାଇକଙ୍କ ପୁଅ ଦେବଙ୍ଗେର ବିବାହ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ କୋରୋନା ସଙ୍କଟ ସମୟରେ ଭିଡରୁ ଦୂରେଇ ରହିବାକୁ କୁହାଯାଉଥିବା ବେଳେ ଏମିତିରେ ବିବାହ ଉତ୍ସବରେ ସାମିଲ ହେବା ବିପଦକୁ ଡାକିବା ସହିତ ସମାନ ହେବ । ସବୁଠାରୁ ଚିନ୍ତାର ବିଷୟ ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ସବରେ ବିନା ମାସ୍କ ଏବଂ ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ନଜର ଆସିଥିଲେ ।
ପୂର୍ବରୁ ମଧ୍ୟ ଜୁନ 2ରେ ମହାମାରୀକୁ ଏଡାଇବା ପାଇଁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶାବଳୀକୁ ଶ୍ରୀରାମୁଲୁ ଉଲ୍ଲଂଘନ କରିଥିବା ନଜର ଆସିଥିଲେ । ଏକ ଖୋଲା ଟ୍ରକରେ ମନ୍ତ୍ରୀ ତାଙ୍କ ସମର୍ଥକଙ୍କ ଭିଡରେ ଯାଉଥିଲେ । ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା ଯେ, ବିନା ମାସ୍କ ଓ ସାମାଜିକ ଦୂରତାରେ ଜନତା କିପରି ସେମାନଙ୍କ ନେତାଙ୍କ ରାଲିରେ ଯୋଗ ଦେଇଥିଲେ ।
ବର୍ତ୍ତମାନ ଦେଶରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏମିତି ସ୍ଥିତିରେ କଂଗ୍ରେସ ବିଧାୟକଙ୍କ ପୁଅର ବିବାହ ଉତ୍ସବରେ କୌଣସି ସତର୍କତା ଅବଲମ୍ବନ ନକରିବା ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଶ୍ରୀରାମୁଲୁଙ୍କ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ ।