ETV Bharat / bharat

କର୍ଣ୍ଣାଟକ ସଙ୍କଟ: କୁମାରସ୍ବାମୀଙ୍କ ଅଗ୍ନିପରୀକ୍ଷା ଉପରେ ଆଜି ହେବ ନିଷ୍ପତ୍ତି ! - floor-test

କୁମାରସ୍ବାମୀ ମେଣ୍ଟ ସରକାର ବଞ୍ଚାଇବା ପାଇଁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବାଚସ୍ପତିଙ୍କୁ ସମୟ ମାଗିଥିଲେ । ଯାହାର ନିଷ୍ପତ୍ତି ଆଜି ବାଚସ୍ପତି ନେବେ ବୋଲି ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jul 15, 2019, 11:09 AM IST

ବେଙ୍ଗାଲୁରୁ: ଶେଷ ହେବାର ନାଁ ନେଉନାହିଁ କର୍ଣ୍ଣାଟକର ରାଜନୈତିକ ନାଟକ । ରାଜ୍ୟ ବିଧାନସଭାରୁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର 16 ବିଧାୟକଙ୍କ ଇସ୍ତଫା ପରେ ଆରମ୍ଭ ହୋଇଥିଲା ଏହି ନାଟକ, ଯାହା ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ଗୋଟିଏ ପଟେ ବିଜେପି ରାଜ୍ୟସରକାରଙ୍କ ବହୁମତ ନଥିବା ଦର୍ଶାଇ ବାରମ୍ବାର ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଇସ୍ତଫା ଦାବି କରୁଛି । ଆଉ ସେପଟେ କୁମାରସ୍ବାମୀ ମେଣ୍ଟ ସରକାର ବଞ୍ଚାଇବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ସେଥିପାଇଁ ସେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବାଚସ୍ପତିଙ୍କୁ ସମୟ ମାଗିଥିଲେ । ଯାହାର ନିଷ୍ପତ୍ତି ଆଜି ବାଚସ୍ପତି ନେବେ ବୋଲି ଜଣାପଡିଛି ।

ତେବେ ସଂଖ୍ୟାଗରିଷ୍ଠତା ପ୍ରମାଣର ଦାବି ପରେ ରାଜ୍ୟରେ ଘୋଡା ବେପାରର ଆଶଙ୍କା ବଢିଯାଇଛି । ଯାହା ଫଳରେ କଂଗ୍ରେସ-ଜେଡିଏସ ଏବଂ ବିଜେପି ନିଜ ନିଜ ବିଧାୟକଙ୍କୁ ରିସୋର୍ଟରେ ଲୁଚାଇ ରଖିଛି । ସେପଟେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକ ମୁମ୍ବାଇର ହୋଟେଲରେ ଅଛନ୍ତି ଏବଂ ନିଜ ଉପରେ ବିପଦ ଥିବା ଦର୍ଶାଇ ପୋଲିସ ସୁରକ୍ଷାର ଦାବି କରିଛନ୍ତି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.