ଚିକାମାଗୁଲୁରୁ: କର୍ଣ୍ଣାଟକ ଜେଡିଏସ ଏମଏଲସି ତଥା ବିଧାନ ପରିଷଦର ଉପାଧ୍ୟକ୍ଷ ଏସଏଲ ଧର୍ମେ ଗୌଡାଙ୍କ ଶେଷ ରୀତିନୀତି ସମାପ୍ତ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କାଦୁର ତାଲୁକ ସାକାରାୟପଟ୍ଟନା ଫାର୍ମ ହାଉସରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି।
ଏହି ସମୟରେ ବହୁ ବିଶିଷ୍ଟ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡିଦେବ ଗୌଡା, ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦିରପ୍ପା, ଜେଡି (ଏସ୍) ନେତା, ଏଚ୍ଡି କୁମାରସ୍ବାମୀଙ୍କ ସହ ଅନ୍ୟମାନେ ଏହି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ସ୍ବର୍ଗତ ରାଜନେତାଙ୍କୁ ସାକାରାୟପଟ୍ଟନାରେ ଫାର୍ମହାଉସକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ପୁଅ ସୋନାଲ ସମସ୍ତ କର୍ମ କରିଥିଲେ।
ମଙ୍ଗଳବାର ପୂର୍ବାହ୍ନରେ କର୍ଣ୍ଣାଟକର ଚିକ୍କାମାଲୁରୁ ରେଳ ଧାରଣରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାସହ ପାଖରୁ ଏକ ସୁଇସାଇଡ ନୋଟ ଜବତ କରିଥିଲା। ଏବେ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ରାଜନେତାଙ୍କ ଆକସ୍ମିକ ମୃତ୍ୟୁ ଘଟଣାରେ ଉଭୟ ରେଳ ପୋଲିସ ଏବଂ ଚିକକାମାଲୁରୁ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର 15 ତାରିଖରେ କର୍ଣ୍ଣାଟକ ବିଧାନପରିଷଦରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଗୋ-ହତ୍ୟା ବିଲ ଉପରେ ଆଲୋଚନା ବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସର ବିଧାନ ପରିଷଦର ସଦସ୍ୟମାନେ ବିଲକୁ ବିରୋଧ କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ଏହା ପରେ ସେମାନେ ଅଧ୍ୟକ୍ଷଙ୍କ ପୋଡିୟମ ଉପରକୁ ଉଠି ଯାଇଥିଲେ । ଅଧ୍ୟକ୍ଷ ଆସନରେ ବସିଥିବା ସହ ଧର୍ମେ ଗୌଡଙ୍କ ସହ ଯୁ୍କ୍ତିତର୍କ କରିବା ସହିତ ସେମାନେ ତାଙ୍କୁ ଆସନରୁ ଟାଣି ଆଣିଥିଲେ ।