ETV Bharat / bharat

ଶିବକୁମାରଙ୍କ ଘରେ CBI ଚଢାଉ, କଂଗ୍ରେସ କଲା ପ୍ରତିବାଦ - ଶିବକୁମାରଙ୍କ ଉପରେ CBI ଚଢାଉ

ସୋମବାର ସିବିଆଇ ଟିମ୍ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ଘରେ ଚଢାଉ କରାଯାଇଛି। ସେପଟେ ଏହି ଘଟଣାକୁ କଂଗ୍ରେସ ବିରୋଧ କରିଛି ।

ଶିବକୁମାରଙ୍କ ଉପରେ CBI ଚଢାଉ
ଶିବକୁମାରଙ୍କ ଉପରେ CBI ଚଢାଉ
author img

By

Published : Oct 5, 2020, 12:59 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଉପ-ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି । ସୋମବାର ସିବିଆଇ ଟିମ୍ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ଘରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ସିବିଆଇ ଦଳକୁ 50 ଲକ୍ଷ ଟଙ୍କା ନଗଦ ଟଙ୍କା ମିଳିଛି । ତେବେ ସିବିଆଇର ଏହି କାର୍ଯ୍ୟରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଓ ବିଜେପି ରାଜନୀତି କରିଥିବା ଅଭିଯୋଗ କରିଛି।

କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟ୍ବିଟ୍ କରି କହିଛନ୍ତି, ‘ମୋଦି-ୟେଦିରୁପ୍ପା ଯୋଡିର ସିବିଆଇ ଦ୍ବାରା ଅନ୍ୟମାନଙ୍କୁ ଡରାଇପାରିବେ ନାହିଁ । ଏହି ସମୟରେ ୟେଦିରପ୍ପା ସରକାରଙ୍କ ଦୁର୍ନୀତିର ସିବିଆଇ ଅନୁସନ୍ଧାନ କରିବା ଉଚିତ୍। ମୋଦି ସରକାରଙ୍କ ଏହି ରଣନୀତି ଆଗରେ କଂଗ୍ରେସ କର୍ମୀ ମୁଣ୍ଡନୂଆଁଇବେ ନାହିଁ ’ । ଏଥିସହ କଂଗ୍ରେସ ନେତା ପ୍ରିୟଙ୍କା ଖଡଗେ ଟ୍ବିଟ୍‌ରେ ଲେଖିଛନ୍ତି,‘ସିବିଆଇ ଦ୍ବାରା କରାଯାଉଥିବା ଏହି ଚଢାଉ ପୁଣିଥରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି। ଏଠାରେ ସରକାର ନିଜେ ଦୁର୍ନୀତିରେ ଜଡିତ ଅଛନ୍ତି ଏବଂ ନିର୍ବାଚନ ପାଖେଇ ଆସୁଛି ’ ।

କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଟ୍ବିଟ୍ କରି କହିଛନ୍ତି ଯେ କର୍ଣ୍ଣାଟକରେ ଉପ-ନିର୍ବାଚନ ସମାପ୍ତ ହେବା ମାତ୍ରେ ବିଜେପି ଓ ଗୃହମନ୍ତ୍ରୀ ପୁରୁଣା ନିଜର ପୁରୁଣା ଶୈଳୀକୁ ଫେରି ଆସିଛନ୍ତି । ପ୍ରକାଶଥାଉକି, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ଭାଇ ଡି.କେ ସୁରେଶଙ୍କ 14 ଟି ସ୍ଥାନ ଉପରେ ଚଢାଉ କରିଛି।

ତତ୍କାଳୀନ କର୍ଣ୍ଣାଟକ ସରକାରୀ ମନ୍ତ୍ରୀ ଡି.କେ ଶିବକୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଏକ ଅନୁପଯୁକ୍ତ ସମ୍ପତ୍ତି ମାମଲା ରୁଜୁ କରିଛି। ସିବିଆଇ ଟିମ୍ କର୍ଣ୍ଣାଟକର 9 ଟି, ଦିଲ୍ଲୀର 4 ଟି, ମୁମ୍ବାଇରେ 14 ଟି ସ୍ଥାନ ଉପରେ ଚଢାଉ କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.