ବେଙ୍ଗାଲୁରୁ: ଏପ୍ରିଲ 21ରୁ କର୍ଣ୍ଣାଟକ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତ ରବିବାର ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ସୋମବାର କ୍ୟାବିନେଟ ବୈଠକରେ ସମ୍ପୂର୍ଣ୍ଣ ଲକଡାଉନ ଆସନ୍ତା ମେ 7 ପର୍ଯ୍ୟନ୍ତ ବୃଦ୍ଧି କରାଯିବ କି ନାହିଁ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।
ଏପ୍ରିଲ୍ 20 ପରେ ରାଜ୍ୟର ଅଣ କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ ସାମାନ୍ୟ ଛାଡ କରାଯିବ ରାଜ୍ୟ ସରକାର ଶନିବାର ଘୋଷଣା କରିଥିଲେ। କର୍ଣ୍ଣାଟକର ଆଠଟି ଜିଲ୍ଲା- ବେଙ୍ଗାଲୁରୁ ସହର, ମହିଶୁର, ବେଲାଗାଭି , ଦକ୍ଷିଣା କନ୍ନଡ, ବିଦର, କାଲାବୁରାଗୀ, ବାଗଲକୋଟ ଏବଂ ଧରୱାଡକୁ ହଟସ୍ପଟ ଭାବରେ ଚିହ୍ନଟ କରାଯାଇଛି।
ସରକାର ମାସ୍କ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବରିଷ୍ଠ ନାଗରିକ ତଥା ଆପୋଷ ପ୍ରତିରୋଧକ କ୍ଷମତା ଥିବା ଲୋକଙ୍କୁ ଆସନ୍ତା ତିନିମାସ ପର୍ଯ୍ୟନ୍ତ ଘର ଭିତରେ ରହିବାକୁ କହିଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି। ରବିବାର ଦିନ ରାଜ୍ୟରେ ଦୁଇଟି ନୂତନ କୋଭିଡ -19 ସମ୍ବନ୍ଧୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି, କୋରୋନାଭାଇରସ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା 16 ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ପ୍ରକାଶ ଥାଉକି, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 390 ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 111 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 16 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।