ETV Bharat / bharat

କର୍ଣ୍ଣାଟକ: ସରକାର ଗଢିବାରେ ଲାଗିପଡିଲା ବିଜେପି, ଆଜି ବିଧାୟକ ଦଳ ବୈଠକ

author img

By

Published : Jul 24, 2019, 11:52 AM IST

କର୍ଣ୍ଣାଟକରେ କୁମାରସ୍ବାମୀ ସରକାରଙ୍କ ପତନ ପରେ ଏବେ ବିଜେପି ଶାସନ କ୍ଷମତାକୁ ଆସିବା ପାଇଁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ଏନେଇ ବୁଧବାର ବିଜେପି ବିଧାୟକ ଦଳର ବୈଠକ ଡାକିଛନ୍ତି ୟେଦ୍ଦରୁପ୍ପା ।

ଫଟୋ ସୌଜନ୍ୟ:ଟ୍ବିଟର@ANI

ବେଙ୍ଗାଲୁରୁ: ଦୀର୍ଘ 18 ଦିନ ପରେ କର୍ଣ୍ଣାଟକର ହାଇ ଭୋଲଟେଜ ଡ୍ରାମା ଉପରେ ବିରାମ ଲାଗିଛି । ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ହାରିବା ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ତେବେ କୁମାରସ୍ବାମୀ ସରକାରଙ୍କ ପତନ ପରେ ଏବେ ବିଜେପି ଶାସନ କ୍ଷମତାକୁ ଆସିବା ପାଇଁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ସରକାର ଗଠନ ବେଳେ ଶେଷ ମୁହୂର୍ତ୍ତରେ ଯେପରି ଖେଳ ନ ବିଗିଡେ, ସେ ନେଇ ଫୁଲପ୍ରୁଫ ପ୍ଲାନ ପ୍ରସ୍ତୁତ କରିଛି ଦଳ ।

ଏନେଇ ମଙ୍ଗଳବାର ମଧ୍ୟରାତ୍ରିରେ ୟେଦ୍ଦରୁପ୍ପାଙ୍କ ଅଧ୍ୟକ୍ଷତାରେ ରାମଦା ହୋଟେଲରେ ବିଜେପି ବିଧାୟକ ଦଳର ବୈଠକ ହୋଇଥିଲା । ଏହି ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇନଥିବାରୁ ବୁଧବାର ପୁଣି ଥରେ ବୈଠକ କରିବେ ୟେଦ୍ଦରୁପ୍ପା । ଏହି ବୈଠକରେ ୟେଦ୍ଦରୁପ୍ପାଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇପାରେ । ୟେଦ୍ଦରୁପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ 14 ମାସ ପୁରୁଣା କଂଗ୍ରେସ-ଜେଡିଏସ ସରକାର ଆସ୍ଥା ଭୋଟରେ ହାରିବା ପରେ ବିଜେପି ପାଇଁ ସରକାର ଗଢିବାର ରାସ୍ତା ସଫା ହୋଇଯାଇଛି । ତେବେ ବିଜେପି ଖୁବ ଶୀଘ୍ର ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି କରିବ ବୋଲି ବିଜେପିର ଜଣେ ବିଧାୟକ କହିଛନ୍ତି ।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.