ବେଙ୍ଗାଲୁରୁ: କୋରୋନା ଯୋଗୁଁ କର୍ଣ୍ଣାଟକର କୁକୁଡା ପାଳନ ଶିଳ୍ପ କ୍ଷତିରେ ଚାଲୁଥିବା ନେଇ ରାଜ୍ୟ କୋପରେଟିଭ ପୋଲଟ୍ରି ଫେଡେରେସନର ସଭାପତି ପ୍ରକାଶ କରିଛନ୍ତି । ଏହା ପାଇଁ ରାଜ୍ୟରେ କିଛି ଦିନ ମଧ୍ୟରେ 60 କୋଟିରୁ ଅଧିକ କ୍ଷତି ହୋଇଥିବା ସେ ଉଲ୍ଲେଖ କରିଛନ୍ତି । ସେହିପରି କୁକୁଡା ମାଂସର ବ୍ୟବହାର 30ରୁ 35 ପ୍ରତିଶତ ହ୍ରାସ ପାଇଥିବା ସେ ଉଲ୍ଲେଖ କରିଛନ୍ତି ।
କୋରୋନା ଯୋଗୁଁ ଭାରତର ମାଂସ ବ୍ୟବସାୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଭାରତରେ କୋରୋନାର ପ୍ରଭାବ ଏତେ ଦେଖାଯାଇନାହିଁ । ଚୀନରେ କୋରୋନା ଯୋଗୁଁ 2 ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
@ANI