ETV Bharat / bharat

6 ବର୍ଷର ପରିବର୍ତ୍ତନ, ମୁଡିଜର ଡାଉନଗ୍ରେଡ ! କୁଆଡେ ଗଲେ ମୋଦିଜୀ: କପିଲ ସିବଲ

କୋରୋନା ମହାସଙ୍କଟ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ଏକ ବର୍ଷ ପୂରଣ ହୋଇଛି । 6 ବର୍ଷର ପରିବର୍ତ୍ତନ, ମୁଡିଜର ଡାଉନଗ୍ରେଡ ! କୁଆଡେ ଗଲେ ମୋଦିଜୀ ବୋଲି କଂଗ୍ରେସ ନେତା କପିଲ ସିବଲ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 3, 2020, 12:24 AM IST

କପିଲ ସିବଲ
କପିଲ ସିବଲ

ନୂଆଦିଲ୍ଲୀ: କୋରୋନା ମହାସଙ୍କଟ ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ଏକ ବର୍ଷ ପୂରଣ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ଏହାକୁ ଜୋରସୋର ଭାବେ ପାଳନ କରାଯାଉ ନାହିଁ ସତ ହେଲେ ସୋସିଆଲ ମିଡିଆରେ ନିରନ୍ତର ଭାବେ ଅଭିଯାନ ଚଲାଇଛି ବିଜେପି । ସେପଟେ ଏନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛି । କଂଗ୍ରେସ ନେତା କପିଲ ସିବଲ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏ ବାବାଦରେ ପ୍ରଶ୍ନ ଉଠାଇଛନ୍ତି ।

6 ବର୍ଷର ପରିବର୍ତ୍ତନ, ମୁଡିଜର ଡାଉନଗ୍ରେଡ ! କୁଆଡେ ଗଲେ ମୋଦିଜୀ: କପିଲ ସିବଲ
6 ବର୍ଷର ପରିବର୍ତ୍ତନ, ମୁଡିଜର ଡାଉନଗ୍ରେଡ ! କୁଆଡେ ଗଲେ ମୋଦିଜୀ: କପିଲ ସିବଲ

କପିଲ ସିବଲ ଟ୍ବିଟରରେ ଲେଖିଛନ୍ତି ଯେ 6 ବର୍ଷ ମଧ୍ୟରେ ପରିବର୍ତ୍ତନ ଆସିଛି, କିନ୍ତୁ ମୁଡି ଜିଡିପି ର୍ୟାଙ୍କିଙ୍ଗକୁ ହ୍ରାସ କରିଛି । ଏବେ ଏନେଇ କଂଗ୍ରେସ ନେତା ପଚାରିଥିଲେ ମୋଦି ଜି କୁଆଡେ ଗଲେ ?

ଏହି ସମୟରେ କଂଗ୍ରେସ ନେତା ଅନେକ ପ୍ରକାରର ପ୍ରସଙ୍ଗ ନେଇ ଟ୍ବିଟରେ ଅନେକ ପ୍ରକାର କଥା ଆଲୋଚନା କରିଛନ୍ତି । ତେବେ କପିଲ ସିବଲ ଗୋଟେ ପଟେ ଦେଶର ଦାରିଦ୍ର୍ୟ, ଶିକ୍ଷା, ଲଭ୍ ଜିହାଦକୁ ନେଇ କହିଥିଲେ ତ ଅନ୍ୟପଟେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି ।

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ ହେବାପରେ ସରକାରଙ୍କ ଦ୍ବାରା ହୋଇଥିବା ସଫଳତାକୁ ନେଇ ବିରୋଧୀ ଦଳ ଗଣନା କରୁଛନ୍ତି । ସେଥିମଧ୍ୟରୁ ଜାମ୍ମୁ-କାଶ୍ମୀରରୁ ଧାରା 370କୁ ଉଚ୍ଛେଜ କରିବା, ନାଗରିକତା ସଂଶୋଧନ ଅଧିନିୟମ, ତ୍ରିପଲ ତଲାକ୍ ବିଲ୍, ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ଏବଂ ଅନେକ ବଡ଼ ପ୍ରସଙ୍ଗକୁ ନେଇ ହିସାବ କରାଯାଉଛି । ଅନ୍ୟପକ୍ଷରେ ଅର୍ଥନୈତିକ କ୍ଷେତ୍ରରେ ବିଫଳତା ପାଇଁ କଂଗ୍ରେସ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଛି ।

ଅତୀତର ତଥ୍ୟ ଅନୁଯାୟୀ, ଭାରତର ଜିଡିପି ଏକ ଦଶନ୍ଧିର ସର୍ବନିମ୍ନ ସ୍ତରରେ ରହିଛି । ମୁଡିସ୍ ମଧ୍ୟ ଭାରତର ସାର୍ବଭୌମତ୍ବ ମୂଲ୍ୟାୟନକୁ ହ୍ରାସ କରି ଜିଡିପିରେ 4% ହ୍ରାସ କରିବାକୁ ଚେତାବନୀ ଦେଇଛି । ଏଭଳି ପରିସ୍ଥିତିରେ କଂଗ୍ରେସ ଟାର୍ଗେଟ କରିଛି ଯେ ଏହି ପରିସ୍ଥିତି କୋରୋନା ସଙ୍କଟ ଆସିବା ପୂର୍ବରୁ ହୋଇସାରିଛି । ଏହାପରେ ଦେଶର ଅବସ୍ଥା କଣ ହେବ ତାହା ଦେଖିବାକୁ ବାକି ରହିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.