ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ସତର୍କତା ଅବଲମ୍ବନ କରି ଲାଲ୍କିଲ୍ଲା ପରିସରରେ ଆୟୋଜିତ ସ୍ବାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦି ତାଙ୍କ ଅଭିଭାଷଣ ଦେଇ ସମାରୋହ ଶେଷରେ ବନ୍ଦେ ମା'ତରମ ସ୍ଲୋଗାନ ଦେଇଥିଲେ । ତାଙ୍କ ସହ ସମାରୋହରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଏହି ସ୍ଲୋଗାନ ଦେଇଥିଲେ । ହେଲେ ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ଲୋଗାନ ନଦେଇ ଚୁପଚାପ୍ ବସିରହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
74 ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସ୍ବାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରେ ଆୟୋଜିତ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଲୋକଙ୍କୁ ବନ୍ଦେ ମା'ତରମ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ଦେବାକୁ ନିବେଦନ କରିଥିଲେ । କେଜ୍ରିୱାଲଙ୍କ ଚାରିପାଖରେ ବସିଥିବା ସମସ୍ତ ଲୋକ ହାତ ଉଠାଇ ସ୍ଲୋଗାନ ଦେଉଥିଲେ। ଦିଲ୍ଲୀର ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ହାତ ଉଠାଇ ସ୍ଲୋଗାନ ଦେଇଥିଲେ। କିନ୍ତୁ ସେମାନଙ୍କ ସହ ବସିଥିବା ଅରବିନ୍ଦ କେଜ୍ରିୱାଲ ଚୁପଚାପ ଚେୟାରରେ ବସିରହିଛନ୍ତି । ଯାହାକୁ ନେଇ ବିଜେପି କେଜ୍ରିୱାଲଙ୍କ ଉପରେ ପ୍ରଶ୍ନ ଉଠାଇଛି।
![ବନ୍ଦେ ମା'ତରମ ନ କହି ବିବାଦ ଘେରରେ କେଜ୍ରିୱାଲ](https://etvbharatimages.akamaized.net/etvbharat/prod-images/del-ndl-01-kejriwal-video-viral-vis-7201354_15082020151220_1508f_1597484540_314.jpg)
ବିଜେପି ନେତା କପିଲ ମିଶ୍ର ଟ୍ବିଟ କରି କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ବନ୍ଦେ ମା'ତରମ ନକହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ଜାଜନକ ବିଷୟ । ସେହିପରି ଦିଲ୍ଲୀ ବିଜେପି ମୁଖପାତ୍ର ତେଜେନ୍ଦର ବଗ୍ଗା ମଧ୍ୟ ଟ୍ବିଟ କରି କହିଛନ୍ତି, ବାଟଲା ଆତଙ୍କବାଦୀଙ୍କ ପାଇଁ କେଜ୍ରିୱାଲଙ୍କ ହାତ ଅତି ଶୀଘ୍ର ଉଠିଯାଉଛି, ସେନାଠାରୁ ପ୍ରମାଣ ମାଗିବା ପାଇଁ ତାଙ୍କ ହାତ ଅତି ଶୀଘ୍ର ଉଠିଯାଉଛି , ହେଲେ ବନ୍ଦେ ମା'ତରମ କହିବାବେଳେ ତାଙ୍କ ହାତ କାହିଁକି ଉଠୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
![ବନ୍ଦେ ମା'ତରମ ନ କହି ବିବାଦ ଘେରରେ କେଜ୍ରିୱାଲ](https://etvbharatimages.akamaized.net/etvbharat/prod-images/del-ndl-01-kejriwal-video-viral-vis-7201354_15082020151220_1508f_1597484540_505.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ