କାନପୁର: ସୁସ୍ଥ ହୋଇ ଘରକୁ ଫେରିଲେ କାନପୁରର ପ୍ରଥମ କୋରୋନା ଆକ୍ରାନ୍ତ । ସମସ୍ତ ଚିକିତ୍ସା ପରେ ସୋମବାର ତାଙ୍କୁ ଉର୍ସୁଲା ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ସୁସ୍ଥ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ କ୍ରମାଗତ ଭାବେ 2ଥର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା କାନପୁରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଶୁକ୍ଲା କହିଛନ୍ତି । ତେବେ ଡିସଚାର୍ଜ ପରେ ତାଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଡାକ୍ତର ଶୁକ୍ଲା ଏହା ମଧ୍ୟ କହିଛନ୍ତି ଯେ, ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଆମେରିକାରୁ ଘରକୁ ଫେରିବା ପରେ କୋରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ ।
ପ୍ରକାଶଯୋଗ୍ୟ, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 109ରେ ପହଞ୍ଚିଛି ।
@ANI