ETV Bharat / bharat

କାନପୁର ସୁଟଆଉଟ୍: ଏସଟିଏଫ୍ ଟିମ୍ କଲା ବଡ ଖୁଲାସା

author img

By

Published : Jul 5, 2020, 11:09 AM IST

କାନପୁର ସୁଟଆଉଟ୍ ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି ଏସଟିଏଫ୍ ଟିମ୍ । ଏସଟିଏଫର ଯାଞ୍ଚରୁ ଜଣାପଡିଛି ଯେ, ଗତ ଜୁଲାଇ 3 ରାତିରେ ଯେତେବେଳେ ପୋଲିସ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ଗିରଫ କରିବାକୁ ତାଙ୍କ ଘରକୁ ଯାଉଥିଲେ ସେହି ସମୟ କେହି ଜଣେ ଚୌବେପୁର ପୋଲିସ ଷ୍ଟେସନରୁ କଲ କରି ଗାଁର ବିଜୁଳି କାଟିବାକୁ କହିଥିଲେ।

_kanpur shootout
ଏସଟିଏଫ୍ ଟିମ୍ କଲା ବଡ ଖୁଲାସା

ଲକ୍ଷ୍ନୌ: କାନପୁର ସୁଟଆଉଟ୍ ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି ଏସଟିଏଫ୍ ଟିମ୍ । ଏସଟିଏଫର ଯାଞ୍ଚରୁ ଜଣାପଡିଛି ଯେ, ଗତ ଜୁଲାଇ 3 ରାତିରେ ଯେତେବେଳେ ପୋଲିସ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ଗିରଫ କରିବାକୁ ତାଙ୍କ ଘରକୁ ଯାଉଥିଲେ ସେହି ସମୟ କେହି ଜଣେ ଚୌବେପୁର ପୋଲିସ ଷ୍ଟେସନରୁ କଲ କରି ଗାଁର ବିଜୁଳି କାଟିବାକୁ କହିଥିଲେ। ମାତ୍ର ଏସଟିଏଫ ଏବେ ସେହି ପୋଲିସକର୍ମୀଙ୍କ ନାମ ପ୍ରକାଶ କରିନାହିଁ । କିନ୍ତୁ ସୂତ୍ର ଅନୁଯାୟୀ, ଫୋନରେ ନାମ ପରିବର୍ତ୍ତନ କରାଯାଇ କଲ କରାଯାଇଥିଲା ।

ମାମଲାର ଯାଞ୍ଚରେ ଏସଟିଏଫ ଜାଣିବାକୁ ପାଇଛି ଯେ, ଯେତେବେଳେ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା ସେତେବେଳେ ଗାଁର ବିଜୁଳି କଟାଯାଇଥିଲା । ଯେତବେଳେ ଶିବଲୀ ପାୱାରହାଉସର ଜଣେ ଜେଇ ଏବଂ ଲାଇନମ୍ୟାନଙ୍କୁ ଏସଟିଏଫ ପଚରାଉଚରା କରିଥିଲେ । ସେତବେଳେ ଏସଟିଏଫ ଜାଣିବାକୁ ପାଇଥିଲା ଯେ ବିଜୁଳି କାଟିବାକୁ ଥାନାରୁ ଫୋନ ଆସିଥିଲା । କଲ୍ କରୁଥିବା ବ୍ୟକ୍ତି ନିଜକୁ ପୋଲିସ ବୋଲି କହୁଥିଲେ । ଏଥିସହ ସେ କହିଥିଲେ ଗାଁରେ ବଡ଼ ଧରଣର କାଣ୍ଡ ଘଟିଛି ବିଜୁଳି କାଟିଦିଅନ୍ତୁ। ଏହାପରେ ଘରୋଇ ଲାଇନମନ୍ୟାନ ମୋନୁ ବିଜୁଳି କାଟିଦେଇଥିଲେ । କଲଟି ଚୈବେପୁର ଥାନାରୁ ଆସିଥିବା ଏସଟିଏଫ ଜାଣିବାକୁ ପାଇଛି ।

ପ୍ରକାଶ ଥାଉକି, କାନପୁରରେ ଅପରାଧୀଙ୍କ ଗୁଳିରେ ୮ ପୋଲିସ ଶହୀଦ ହୋଇଥିଲେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ମୋଷ୍ଟୱାଣ୍ଟେଡ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଶହୀଦ ହେବାକୁ ପଡ଼଼ିଛି । ସେହିପରି ଆଉ 7 ଜଣ ପୋଲିସ ଆହତ ମଧ୍ୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.