ETV Bharat / bharat

କାନପୁର ଏନକାଉଣ୍ଟର ଘଟଣା: ପୋଲିସର ଏକେ-47 ଜବତ, ବିକାଶ ଦୁବେ ସହଯୋଗୀ ଶଶିକାନ୍ତ ଗିରଫ

author img

By

Published : Jul 14, 2020, 1:33 PM IST

କାନପୁର ଏନକାଉଣ୍ଟରରେ ପୋଲିସ ଠାରୁ ଲୁଟ ହୋଇଥିବା ଏକେ-47 ଏବଂ ଇନସାସ ରାଇଫଲସ ବିକାଶ ଦୁବେ ଘରୁ ପୋଲିସ ଜବତ କରିବା ସହ ବିକାଶର ସହଯୋଗୀ ଶଶିକାନ୍ତକୁ ଗିରଫ କରିଛି ପୋଲିସ ।

 ଲୁଟ ଏନେ-47 ଜବତ
ଲୁଟ ଏନେ-47 ଜବତ

କାନପୁର: ଉତ୍ତରପ୍ରଦେଶ କାନପୁର ଗୁଳିକାଣ୍ଡ ଘଟଣାରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ନିହତ ହୋଇସାରିଛି । କାନପୁର ଏନକାଉଣ୍ଟରରେ ପୋଲିସ ଠାରୁ ଲୁଟ ହୋଇଥିବା ଏକେ-47 ଏବଂ ଇନସାସ ରାଇଫଲସ ବିକାଶ ଦୁବେ ଘରୁ ପୋଲିସ ଜବତ କରିବା ସହ ବିକାଶର ସହଯୋଗୀ ଶଶିକାନ୍ତକୁ ଗିରଫ କରିଛି ପୋଲିସ । ଏନେଇ ଏକ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି ।

ଏହି ପ୍ରେସମିଟରେ ଗତ 2ଜୁଲାଇ ରାତିରେ କାନପୁରର ବିକରୁ ଗାଁରେ ପୋଲିସ ଆକ୍ରମଣ ଘଟଣାର ଅଭିଯୁକ୍ତ ଏବଂ ବିକାଶ ଦୁବେର ସହଯୋଗୀ ଶଶିକାନ୍ତକୁ ପୋଲିସ ସୋମବାର ଗିରଫ କରିଛି । ଶଶିକାନ୍ତ ମୁଣ୍ଡ ଉପରେ 50 ହଜାର ପୁରସ୍କାର ରାଶି ଥିଲା । ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମିଡିଆକୁ ସୂତନା ଦେଇ କହିଛନ୍ତି ଯେ, ଗତ 2 ଜୁଲାଇ ଘଟଣା ଦିନ ପୋଲିସ ବିକାଶ ଦୁବେକୁ ଗିରଫ କରିବାକୁ ଯାଇଥିବାବେଳେ ପୋଲିସ ସହ ବିକାଶ ଏବଂ ତାର ସହଯୋଗୀମାନେ ଆକ୍ରମଣ କରିଥିଲେ । ଏଥିରେ 8 ଜଣ ପୋଲିସ କର୍ମୀଙ୍କ ଉପରେ ଗୁଳିଚାଳନା ଯୋଗୁଁ ମୃତ୍ୟୁ ହୋଇଥିଲା । ଆଉ ପୋଲିସର AK-47 ରାଇଫଲ ସେମାନେ ଛଡାଇ ନେଇଥିଲେ ।

ଏସଏସପି ଏବଂ ଏସପି ପଶ୍ଚିମ ଡା. ଅନିଲକୁମାର ଏବଂ ଏସପି ଗ୍ରାମୀଣକୁ ଯାଞ୍ଚ କାମରେ ନିୟୋଜିତ କରାଯାଇଥିଲା । ଏସଓଜି ସହ ଶିବରାଜପୁର ଏବଂ ରେଳ ବଜାର ଥାନାର ପୋଲିସ ମଧ୍ୟ ଲାଗିଥିଲା । ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଘଟଣାରେ ସାମିଲ ଥିବା ପ୍ରେମ କୁମାର ପାଣ୍ଡ୍ୟର ପୁଅ ତଥା ଫେରାର ଅଭିଯୁକ୍ତ ବିକରୁ ନିବାସୀ ଶଶିକାନ୍ତ ଓରଫ ସୋନୁ ପାଣ୍ଡ୍ୟକୁ ସେହି ଅଞ୍ଚଳରେ ଦେଖାଯାଇଛି । ଯାହାପରେ ପୋଲିସ ନିଜ ଟିମ ସହ ଚଢାଉ କରି ବିଳମ୍ବିତ ରାତି ପାଖାପାଖି 2.50ରେ ଶଶିକାନ୍ତକୁ ଗିରଫ କରିଥିଲା । ଶଶିକାନ୍ତକୁ ପୋଲିସ ପଚରାଉଚରା ପରେ ପୋଲିସ ଉପରେ ଆକ୍ରମଣ ବେଳେ ଲୁଟ ହୋଇଥିବା ପୋଲିସର AK-47 ରାଇଫଲ, 17 କାରତୁସ ଏବଂ ଇନସାସ ରାଇଫଲର 20 କାରତୁସକୁ ବିକାଶ ଦୁବେ ଘରୁ ଜବତ କରାଯାଇଛି ।

ତେବେ କାନପୁର ଗୁଳିକାଣ୍ଡ ଘଟଣାରେ ମୋଟ 21ଅଭିଯୁକ୍ତଙ୍କ ମଧ୍ୟରୁ 4ଜଣଙ୍କୁ ପୋଲିସ ଗିରଫ କରିସାରି ଥିବାବେଳେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସମେତ 6 ଜଣଙ୍କୁ ପୋଲିସ ଏନକାଉଣ୍ଟର କରିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.