ETV Bharat / bharat

ଥାନେରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ

author img

By

Published : Jul 12, 2020, 1:07 AM IST

କାନପୁର ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଜଣେ ସହଯୋଗୀ ଓ ତାର ଡ୍ରାଇଭର ଥାନେରୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ ଟିମ । ଘଟଣା ଦିନ କାନପୁରରେ ଉପସ୍ଥିତ ଥିଲେ ଏମାନେ । ଅଧିକ ପଢନ୍ତୁ...

ଥାନେରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ
ଥାନେରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସହଯୋଗୀ

ମୁମ୍ବାଇ: କାନପୁର ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଜଣେ ସହଯୋଗୀକୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ । ଗିରଫ ଦୁଇ ଅଭିଯୁକ୍ତ ଗୁଡନ ତ୍ରିବେଦୀ ବୋଲି ଜଣାପଡିଛି । ଏହାସହ ଗୁଡୁନର ଡ୍ରାଇଭର ସୋନୁ ତିଓ୍ବାରୀକୁ ମଧ୍ୟ ଗିରଫ କରାଯାଇଛି । ଗୁଡନ ତ୍ରିବେଦୀ ଘଟଣା ଦିନ ସେଠାରେ ଉପସ୍ଥିତ ଥିଲା । ଏଟିଏସ ଦ୍ବାରା ଧରାପଡିଥିବା ଗୁଡୁନ କାନପୁର ହତ୍ୟାକାଣ୍ଡ ପରେ ନିଜ ଫୋନକୁ ଗାଁ ପାଖ ଦୋକାନରେ ଛାଡି ଫେରାର ହୋଇଯାଇଥିଲା ।

ଗୁନ ନିଜ ଡ୍ରାଇଭର ସୋନୁ ତିଓ୍ବାରୀ ସହ ଦତିୟା ଯାଏଁ କାରରେ ଆସି ସେଠାରୁ ପୁଣି ଏକ ଟ୍ରକ ସାହାଯ୍ୟରେ ନାସିକ ଓ ପରେ ଦ୍ବିତୀୟ ଟ୍ରକରେ ପୁଣେ ଦେଇ ଥାନେ ପହଞ୍ଚିଥିଲା । ସେ ଥାନେରେ ହିଁ ନିଜର ଜଣେ ସମ୍ପର୍କୀୟର ଘରେ ଲୁଚି ରହି ଟିଭି ମାଧ୍ୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଖବର ନେଉଥିଲା ।

କାନପୁର ଏନକାଉଣ୍ଟର ମାମାଲାରେ ଫେରାର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୁମ୍ବାଇରେ ଥିବାନେଇ ଶନିବାର ଏଟିଏସର ଜୁହୁ ୟୁନିଟ ଖବର ପାଇଥିଲା । ଏହାପରେ ଥାନେ ଓ ଏହାର ଆଖପାଖ ଅଞ୍ଚଳରେ ଛାନଭିନ କରାଯାଇ ଉଭୟ ଗୁଡନ ତ୍ରିବେଦୀ ଓ ତାର ଡ୍ରାଇଭରକୁ ଗିରଫ କରିଛି ଏଟିଏସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.