ETV Bharat / bharat

କଙ୍ଗନା-ଶିବସେନା ସଂଘର୍ଷ: ସଞ୍ଜୟ ରାଉତଙ୍କୁ ପକ୍ଷଭୁକ୍ତ କଲେ ହାଇକୋର୍ଟ, ବୁଧବାର ଶୁଣାଣି - ସଞ୍ଜୟ ରାଉତ

ଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟକୁ ବିଏମସିର ଭଙ୍ଗାରୁଜା ଘଟଣାରେ ବମ୍ବେ ହାଇକୋର୍ଟରେ ଶୁଣାଣି । ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଅଭିନେତ୍ରୀଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ଆଦେଶ ଦେଇଥିବା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

କଙ୍ଗନା-ଶିବସେନା ସଂଘର୍ଷ: ସଞ୍ଜୟ ରାଉତଙ୍କ ପକ୍ଷଭୁକ୍ତ କଲେ ବମ୍ବେ ହାଇକୋର୍ଟ, ବୁଧବାର ଶୁଣାଣି

author img

By

Published : Sep 22, 2020, 6:01 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟକୁ ବିଏମସିର ଭଙ୍ଗାରୁଜା ଘଟଣାରେ ବମ୍ବେ ହାଇକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି ହୋଇଛି । ତେବେ ଏହି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଅଭିନେତ୍ରୀଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ଆଦେଶ ଦେଇଥିବା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି କୋର୍ଟ । ବୁଧବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଙ୍ଗନା ରଣାୱତଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ ବିଏମସିକୁ 2 କୋଟି ଟଙ୍କା କ୍ଷତିପୂରଣ ଦାବି କରାଯାଇଛି । ବିଏମସି ଏହାର ଉତ୍ତରରେ କଙ୍ଗନାଙ୍କ ଆବେଦନ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର ବୋଲି ଦାବି କରିଛି । ତେଣୁ କଙ୍ଗନାଙ୍କୁ ବରଖାସ୍ତ କରାଯାଇ ଜୋରିମାନା ଆଦାୟ କରିବା ଉଚିତ ବୋଲି କହିଛି ବିଏମସି ।

ବିଏମସି ସେପ୍ଟେମ୍ବର 9ରେ କଙ୍ଗନାଙ୍କ କାର୍ଯ୍ୟାଳୟର ଅନେକ ଅଂଶକୁ ବେଆଇନ ଭାବରେ ଭାଙ୍ଗିଥିଲା । ଏହି ଉଚ୍ଛେଦ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ କଙ୍ଗନା । ଉଚ୍ଛେଦ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଆଦେଶ ଦେଇଥିଲେ କୋର୍ଟ । କିନ୍ତୁ ସେତେବେଳକୁ କଙ୍ଗନାଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗିସାରିଥିଲା ବିଏମସି । କଙ୍ଗନା ଦାବି କରିଥିଲେ ଯେ, କୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି କରିବା ବେଳକୁ ବିଏମସି ତାଙ୍କ କାର୍ଯ୍ୟାଳୟର 40 ପ୍ରତିଶତ ଭାଙ୍ଗି ସାରିଥିଲା । ଏନେଇ କଙ୍ଗନା ବିଏମସିକୁ 2 କୋଟିର କ୍ଷତିପୂରଣ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.