ଚେନ୍ନାଇ: ମକ୍କଲ ନିଧି ମୟମ (ଏମ୍ଏନ୍ଏମ୍) ସୁପ୍ରିମୋ ତଥା ଅଭିନେତାରୁ ନେତା ପାଲଟିଥିବା କମଲ ହାସନଙ୍କୁ ଆଗୁଆ ଜାମିନ ମିଳିଛି । ତାଙ୍କୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ 'ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରବାଦୀ' ବୋଲି କହିବା ପରେ ବିବାଦ ଘେରକୁ ଆସିଥିଲେ କମଲ ।
ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କମଲଙ୍କ ବିରୋଧରେ ହିନ୍ଦୁ ମୁନାନି ପାର୍ଟି ମାମଲା ଦାୟର କରିଥିଲା । ମେ 12ରେ କମଲ ଏକ ନିର୍ବାଚନ ରାଲିରେ ଗଡସେଙ୍କୁ 'ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରବାଦୀ' ବୋଲି ବୟାନ ଦେଇଥିଲେ । ଏହାପରେ ଦେଶରେ ଗଡସେଙ୍କୁ ନେଇ ଅନେକ ବିବାଦ ଦେଖା ଦେଇଥିଲା ।