ETV Bharat / bharat

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଗାଜିୟାବାଦ ସ୍ଥାନାନ୍ତର, କୋରୋନାରେ ହୋଇଥିଲେ ଆକ୍ରାନ୍ତ

author img

By

Published : Sep 16, 2020, 7:40 PM IST

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଏସଜିପିଜିଆଇରୁ ଗାଜିଆବାଦର ଯଶୋଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଅଧିକ ପଢନ୍ତୁ...

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଗାଜିୟାବାଦ ସ୍ଥାନାନ୍ତର, କୋରୋନାରେ ହୋଇଥିଲେ ଆକ୍ରାନ୍ତ
ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଗାଜିୟାବାଦ ସ୍ଥାନାନ୍ତର, କୋରୋନାରେ ହୋଇଥିଲେ ଆକ୍ରାନ୍ତ

ଲକ୍ଷ୍ନୌ: ସେପ୍ଟେମ୍ବର 14ରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଲକ୍ଷ୍ନୈର ଏସଜିପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବର୍ତ୍ତମାନ କଲ୍ୟାଣ ସିଂହଙ୍କୁ ଏସଜିପିଜିଆଇରୁ ଗାଜିଆବାଦର ଯଶୋଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏସଜିପିଜିଆଇ ହସ୍ପିଟାଲ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପରିବାରର ଅନୁରୋଧ କ୍ରମେ କଲ୍ୟାଣ ସିଂହଙ୍କୁ ଏସଜିପିଜିଆଇରୁ ଯଶୋଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଏୟାର ଲିଫ୍ଟ ଜରିଆରେ ଗାଜିଆବାଦକୁ ନିଆଯାଉଛି। ଡାକ୍ତରଙ୍କ ଅନୁଯାୟୀ ସିଂହଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ।

ବାବ୍ରୀ ମସଜିଦ ଧ୍ବଂସ ମାମଲାର ବିଚାର ସେପ୍ଟେମ୍ବର 30ରେ ଆସିବ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ଏହି ଦିନ ହାଜର ହେବାକୁ କୁହାଯାଇଛି । ହେଲେ କଲ୍ୟାଣ ସିଂହ ସ୍ବାସ୍ଥ୍ୟଗତ କାରଣରୁ ହାଜର ହୋଇପାରିବେ ନାହିଁ। ଗୁରୁବାର ତାଙ୍କ ଆଇନଜୀବୀଙ୍କ ପକ୍ଷରୁ ଏହା କୋର୍ଟଙ୍କୁ ଅବଗତ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.