ETV Bharat / bharat

ବିଜୟଭର୍ଗିଆଙ୍କ ବିବାଦୀୟ ବୟାନ, ବିଜେପି କର୍ମୀ ରାତି 2ଟା ଯାଏଁ କାର୍ଡ ଖେଳନ୍ତି ! - ବିଜେପି କର୍ମୀ ରାତି 2ଟା ଯାଏଁ କାର୍ଡ ଖେଳନ୍ତି!

ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ସୀତାମରୁରେ ବିଜୟଭର୍ଗିଆ ଦଳର କର୍ମୀ ସମ୍ମିଳନୀରେ କହିଛନ୍ତି ଯେ ଯଦି ବିଜେପି କର୍ମୀମାନେ ରାତି 2ଟା ସମୟରେ କାର୍ଡ ଖେଳୁଥିବା ବେଳେ ଧରା ପଡନ୍ତି ତେବେ ବିଜୟଭର୍ଗିଆ ନିଜେ ପୋଲିସ ଷ୍ଟେସନ ଫୋନ କରି ସେମାନଙ୍କୁ ମୁକ୍ତ କରନ୍ତି ।

ବିଜୟଭର୍ଗିଆଙ୍କ ବିବାଦୀୟ ବୟାନ
ବିଜୟଭର୍ଗିଆଙ୍କ ବିବାଦୀୟ ବୟାନ
author img

By

Published : Jun 28, 2020, 7:10 PM IST

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିଆ ପୁଣି ଚର୍ଚ୍ଚାରେ । ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ସୀତାମରୁରେ ବିଜୟଭର୍ଗିଆ ଦଳର କର୍ମୀ ସମ୍ମିଳନୀରେ କହିଛନ୍ତି ଯେ ଯଦି ବିଜେପି କର୍ମୀମାନେ ରାତି 2ଟା ସମୟରେ କାର୍ଡ ଖେଳୁଥିବା ବେଳେ ଧରା ପଡନ୍ତି ତେବେ ବିଜୟଭର୍ଗିଆ ନିଜେ ପୋଲିସ ଷ୍ଟେସନ ଫୋନ କରି ସେମାନଙ୍କୁ ମୁକ୍ତ କରନ୍ତି । ତାଙ୍କର ଏହି ଭିଡିଓକୁ ନେଇ ବିରୋଧି କଂଗ୍ରେସ ଲଗାତାର ପ୍ରଶ୍ନ କରୁଛି । କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସଲୁଜା ଟ୍ବିଟ କରି ପଚାରିଛନ୍ତି କଣ ବିଜେପି କର୍ମକର୍ତ୍ତା ରାତି 2 ଟା ଯାଏଁ କାର୍ଡ ଖେଳନ୍ତି ।

ପ୍ରକାଶଥାଉକି, କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କୈଳାଶ କହିଥିଲେ, ‘ ମୁଁ କୋଲକାତାରେ ରହିଲେ ମଧ୍ୟ ରାତି 2ଟାରେ ପୋଲିସ ବିଜେପି କର୍ମକର୍ତ୍ତାଙ୍କୁ ଧରିଲେ ମୁଁ ନିଜେ ପୋଲିସ ଷ୍ଟେସନ ଫୋନ କରି ସେମାନଙ୍କୁ ମୁକ୍ତ କରେ । ଏମିତି କରିବାକୁ ପଡେ । ଫୋନ କରିକି କୁହେ ଆମ କର୍ମକର୍ତ୍ତା ଛାଡିଦିଅନ୍ତୁ ’ ।

ଏମଧ୍ୟରେ ମଧ୍ୟପ୍ରଦେଶରେ ହେବାକୁ ଥିବା 24 ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ହିଁ ଜିତିବ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ବେଳେ 2 କୋଟିରୁ ଅଧିକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଶୁଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.