ETV Bharat / bharat

କେ.ଏସ ଧାତୱାଲିଆ ହେଲେ ଆଇଆଇଏମସି ମହାନିର୍ଦ୍ଦେଶକ - IIMC

ଭାରତୀୟ ଜନସଂଚାର ସଂସ୍ଥାନର ମହାନିର୍ଦ୍ଦେଶକ ଭାବେ ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ କେ.ଏସ ଧାତୱାଲିଆଙ୍କୁ ଅତିରିକ୍ତ ଦାୟିତ୍ବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 2, 2019, 12:45 AM IST

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ସୂଚନା ସେବା ଅଧିକାରୀ(ଆଇଆଇଏସ) କେ.ଏସ ଧାତୱାଲିଆଙ୍କୁ ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି)ର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ସେ ଆଜି ଏହି ଦାୟିତ୍ବଭାର ଗ୍ରହଣ କରିଛନ୍ତି । 1984 ବ୍ୟାଚର ଏହି ଆଇଆଇଏସ ଅଧିକାରୀ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରମୁଖ ମହାନିର୍ଦ୍ଦେଶକ (ଗବେଷଣା ଏବଂ ପ୍ରଶିକ୍ଷଣ) ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଆଇଆଇଏମସିର ମହାନିର୍ଦ୍ଦେଶକ ଥିବା ବରିଷ୍ଠ ସାମ୍ବାଦିକ କେଜି ସୁରେଶ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ । ତେବେ ନିର୍ବାଚନୀ ଘଡ଼ି ଚାଲିଥିବାରୁ ନୂତନ ମହାନିର୍ଦ୍ଦେଶକଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିଲା । ପ୍ରକାଶ ଜାବଡ଼େକର ବିଭାଗୀୟ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଧାତୱାଲିଆଙ୍କୁ ନିଯୁକ୍ତ କରିଛନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.