ETV Bharat / bharat

K-4 ପରମାଣୁ ମିସାଇଲର ଶୁକ୍ରବାର ପରୀକ୍ଷଣ; ଜାଣନ୍ତୁ ଲକ୍ଷ୍ୟଭେଦ କ୍ଷମତା - ନ୍ୟୁକ୍ଲିୟାର ମିସାଇଲ

ଭାରତ ବୁଡାଜାହଜରୁ ଶତ୍ରୁ ଠିକଣାକୁ ଧ୍ବସ୍ତବିଧ୍ବସ୍ତ କରିବା କ୍ଷମତାକୁ ଟାଣ କରିବା ପାଇଁ ଶୁକ୍ରବାର ଆନ୍ଧ୍ରପ୍ରଦେଶ ତଟରୁ ପାଣି ଭିତରୁ 3500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସାମର୍ଥ୍ୟ K-4 ପରମାଣୁ ମିସାଇଲର ପରୀକ୍ଷଣ କରିବା ଯୋଜନା ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 8, 2019, 8:16 PM IST

ନୂଆଦିଲ୍ଲୀ: ଭାରତ ଶତ୍ରୁକୁ ଜଳ, ସ୍ଥଳ, ଆକାଶ ସବୁ ମାର୍ଗରେ ପରାସ୍ତ କରିବା ପାଇଁ ନିଜ ସାମରିକ ଶକ୍ତି ସାମର୍ଥ୍ୟକୁ ମଜବୁତ କରୁଛି । ଏହିକ୍ରମରେ ଭାରତ ବୁଡାଜାହାଜ ମାଧ୍ୟମରେ ଶତ୍ରୁ ଠିକଣାକୁ ଧ୍ବସ୍ତବିଧ୍ବସ୍ତ କରିବା କ୍ଷମତାକୁ ଟାଣ କରିବା ପାଇଁ ଶୁକ୍ରବାର ବିଶାଖାପଟଣା ସମୁଦ୍ରକୂଳରୁ ପାଣି ଭିତରେ 3500 କିଲୋମିଟର ଲକ୍ଷ୍ୟ ଭେଦ ସାମର୍ଥ୍ୟ ରଖୁଥିବା K-4 ପରମାଣୁ ମିଶାଇଲର ପରୀକ୍ଷା କରିବ ।

ଏହି ମିଶାଇଲ ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଆରିହନ୍ତ ଶ୍ରେଣୀ ପରମାଣୁ କ୍ଷମତାସମ୍ପନ୍ନ ବୁଡାଜାହାଜ ପାଇଁ ବିକଶିତ କରିଛି । ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି । ଏହି ବୁଡାଜାହାଜ ପରମାଣୁ ମିସାଇଲ ପରୀକ୍ଷଣର ପ୍ରମୁଖ ଆଧାର ଭାବରେ କାର୍ଯ୍ୟ କରିବ ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଡିଓ ଶୁକ୍ରବାର ଦିନ ବିଶାଖାପଟଣା ସମୁଦ୍ରକୂଳର ପାଣି ଭିତରେ K-4 ପରମାଣୁ ମିସାଇଲର ପରୀକ୍ଷଣ କରାଯିବ । ଟ୍ରାଏଲ ସମୟରେ ଡିଆରଡିଓ ମିସାଇଲ ପ୍ରଣାଳୀରେ ଉନ୍ନତ ପ୍ରଣାଳୀର ପରୀକ୍ଷଣ କରିବ ।

K-4 ମିସାଇଲ ଶ୍ରେଣୀର ବିଶେଷତ୍ବ ଶତ୍ରୁ ପାଇଁ ଅଭେଦ୍ୟ । K-4 ଜଳ ଭିତରେ ଆକ୍ରମଣ କରିପାରୁଥିବା ଏପରି ଦୁଇଟି ମିସାଇଲ ଯାହାକୁ ଡିଆରଡିଓ ଦ୍ବାରା ବିକଶିତ କରାଯାଉଛି । ଅନ୍ୟ ଏକ ମିସାଇଲର ନାଁ BO-5 ରହିଛି । ଯାହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ 700 କିଲୋମିଟର । ମାତ୍ର ବର୍ତ୍ତମାନ ସୁଦ୍ଧା ଡିଆରଡିଓ ଏହା ସ୍ପଷ୍ଟ କରି ନାହିଁ ଯେ, ଏହି ମିସାଇଲ ପରୀକ୍ଷଣ ସ୍ବଳ୍ପଗାମୀ କି ଦୂରଗାମୀ ହେବ ।

10 ମିଟର ଲମ୍ବ ଏହି ମିସାଇଲର ଓଜନ 20 ଟନ ଏବଂ ଏହା ଏକ ଟନର ଯୁଦ୍ଧାସ୍ତ୍ର ବହନ କରି 3500 କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ । ମିସାଇଲକୁ ପାଣି ଭିତରେ ନିର୍ମାଣ ହୋଇଥିବା ଲଞ୍ଚପ୍ୟାଡରୁ ଲଞ୍ଚ କରାଯିବ । ଭବିଷ୍ୟରେ ଏହି ମିସାଇଲକୁ ଆରିହନ୍ତ ଶ୍ରେଣୀର ବୁଡା ଜାହାଜରୁ ଲଞ୍ଚ କରାଯିବ । ଏହି ମିସାଇଲର ପରୀକ୍ଷଣ ପରେ ଡିଆରଡିଓ 5000 କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା କେ-5 ମିସାଇଲର ଲଞ୍ଚ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ।

ମାତ୍ର ଭାରତ ପକ୍ଷରୁ ଦୀର୍ଘ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲର ପରୀକ୍ଷଣ ପାଇଁ ସମୁଦ୍ରୀ ଚେତାବନୀ ଏବଂ ନୋଟମ(ନୋଟିସ ଟୁ ଏୟରମ୍ୟାନ) ପୂର୍ବରୁ ଜାରି କରାଯାଇ ସାରିଛି । K-4 ମିସାଇଲ ପରୀକ୍ଷଣର ଯୋଜନା ଗତ ମାସରେ ସ୍ଥିର କରାଯାଇଥିଲା, କିନ୍ତୁ ଏହାକୁ ପରେ ସ୍ଥଗିତ ରଖାଯାଇଥିଲା । ଏହାସହ କିଛି ଦିନ ଭିତରେ ଡିଆରଡିଓ ପକ୍ଷରୁ ଅଗ୍ନି-3 ଓ ବ୍ରହ୍ମୋସ ମିଶାଇଲର ପରୀକ୍ଷଣ କରାଯିବା ଯୋଜନା ରହିଛି ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.