ETV Bharat / bharat

ବାହୁବଳୀ ବେଶରେ ସିନ୍ଧିଆ, ଭିଡିଓ ଭାଇରାଲ - कमलनाथ बने भल्लालदेव

ମଧ୍ୟପ୍ରଦେଶ ରାଜନୀତିରେ ସିନ୍ଧିଆ ହେଲେ ବାହୁବଳୀ । ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

ବାହୁବଳୀ ବେଶରେ ସିନ୍ଧିଆ, ଭିଡିଓ ଭାଇରାଲ
ବାହୁବଳୀ ବେଶରେ ସିନ୍ଧିଆ, ଭିଡିଓ ଭାଇରାଲ
author img

By

Published : Jul 24, 2020, 9:34 PM IST

ଗ୍ବାଲିୟର: ବିଜେପିରେ ସାମିଲ ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରିଆସୁଛନ୍ତି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେପଟେ ଉଭୟ କମଲନାଥ ଓ ଦିଗବିଜୟ ମଧ୍ୟ ସିନ୍ଧିଆଙ୍କୁ ଘେରିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ତେବେ ଏପରିସ୍ଥିତିରେ ସିନ୍ଧିଆଙ୍କୁ ବାହୁବଳୀ ରୂପରେ ଦର୍ଶାଯାଇଛି, ଯାହାର ଭିଡିଓ ଏବେ ହେଉଛି ଭାଇରାଲ ।

ବାହୁବଳୀ ବେଶରେ ସିନ୍ଧିଆ, ଭିଡିଓ ଭାଇରାଲ

ଏହି ଭିଡିଓ ସିନ୍ଧିଆଙ୍କ ସମର୍ଥକ ତିଆରି କରିଥିବା କୁହାଯାଉଛି । ଖାସ କଥା ହେଉଛି ଯେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଏହି ଭିଡିଓରେ ଭଲ୍ଲାଲଦେବଙ୍କ ଭୂମିକାରେ ଦର୍ଶାଯାଇଛି । ସେହିପରି ସୋନିଆ ଗାନ୍ଧୀ ଓ ଦିଗବିଜୟ ସିଂହଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ସମସ୍ତଙ୍କ ସ୍ବରକୁ ଡବିଙ୍ଗ୍‌ କରାଯାଇଛି ।

ଭିଡିଓକୁ ବାହୁବଳୀ ଚଳଚିତ୍ର ଆଧାରରେ ତିଆରି କରାଯାଇଛି । ଏଥିରେ ଭଲ୍ଲାଦେବ(କମଲନାଥ)ଙ୍କ ରାଜ୍ୟାଭିଷେକ ହେଉଛି ଏବଂ ବାହୁବଳୀ(ସିନ୍ଧିଆ)ଙ୍କୁ ସେନାପତିର ପଦ ମିଳିଛି । ତେବେ ପ୍ରଜାଙ୍କ ସମ୍ମନ ଓ ସେମାନଙ୍କର ସମ୍ପତ୍ତି ରକ୍ଷା ପାଇଁ ଯଦି ମୋତେ ଦଳ ଛାଡିବାକୁ ପଡେ ତେବେ ମୁଁ ସଙ୍କୋଚ କରିବିନାହିଁ ବୋଲି ସିନ୍ଧିଆଙ୍କୁ ଏଥିରେ ଡାଇଲଗ କହୁଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.