ETV Bharat / bharat

ଉତ୍ତରାଖଣ୍ଡ ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ ମଲିମାଥ - Ravi Vijay Kumar Malimath

ଜଷ୍ଟିସ ରବି ବିଜୟ କୁମାର ମଲିମାଥ ଉତ୍ତରାଖଣ୍ଡ ହାଇକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ଶପଥନେବେ । ଜୁଲାଇ 28ରେ ନ୍ୟାୟାଧୀଶ ମଲିମାଥ ଦାୟିତ୍ବ ଗ୍ରହଣ କରିବେ । ତାଙ୍କୁ ଜଷ୍ଟିସ ରବି ରଙ୍ଗନାଥନଙ୍କ ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ହାଇକୋର୍ଟର ନୂତନ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ମଲିମାଥ

author img

By

Published : Jul 16, 2020, 10:27 PM IST

ଡେରାଡୁନ: ଜଷ୍ଟିସ ରବି ବିଜୟ କୁମାର ମଲିମାଥ ଉତ୍ତରାଖଣ୍ଡ ହାଇକୋର୍ଟର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ଜୁଲାଇ 28ରେ ନ୍ୟାୟାଧୀଶ ମଲିମାଥ ଦାୟିତ୍ବ ଗ୍ରହଣ କରିବେ । ତାଙ୍କୁ ଜଷ୍ଟିସ ରବି ରଙ୍ଗନାଥନଙ୍କ ସ୍ଥାନରେ ନିଯୁକ୍ତି ପ୍ରଦାନ କରାଯାଇଛି । ଜଷ୍ଟିସ୍ ରବି ରଙ୍ଗନାଥନ ଆସନ୍ତା ଜୁଲାଇ 28 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ରାଷ୍ଟ୍ରପତିଙ୍କ ସୁପାରିଶ ପରେ ବିଚାରପତି ମଲିମାଥଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ।

ଜଷ୍ଟିସ ବିଜୟ କୁମାର ମଲିମାଥ 1962 ମସିହା ମେ 25 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସ୍ବର୍ଗତ ଭିଏସ ମଲିମାଥଙ୍କ ପୁତ୍ର । 1987ରେ ବେଙ୍ଗାଲୁରୁରୁ ଓକିଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କୁ 2008ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ଜଷ୍ଟିସ ଭାବରେ ନିଯୁକ୍ତ ହୋଇଥିଲେ । ପରେ 2010ରେ ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.