ETV Bharat / bharat

ୟୁପିରେ ବଢୁଛି ଜଙ୍ଗଲ ରାଜ୍‌: ପ୍ରିୟଙ୍କା ଗାନ୍ଧୀ - death of bulandshahr-lawyer

କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ ଆଇନ ଶୃଙ୍ଖଳା ନୀତି ବିଗିଡିବାକୁ ନେଇ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ‘ଜଙ୍ଗଲ ରାଜ’ ବଢୁଛି ।

_priyanka gandhi
ୟୁପିରେ ଜଙ୍ଗଲ ରାଜ ବଢୁଛି
author img

By

Published : Aug 1, 2020, 1:00 PM IST

ଲକ୍ଷ୍ନୌ: ପୁଣି ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ସରକାର । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ ଆଇନ ଶୃଙ୍ଖଳା ନୀତି ବିଗିଡିବାକୁ ନେଇ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ‘ଜଙ୍ଗଲ ରାଜ’ ବଢୁଛି ।

ଗତ ଶୁକ୍ରବାର ବୁଲନ୍ଦସରରେ ମିଳିଥିବା ଓକିଲ ଧର୍ମେନ୍ଦ୍ର ଚୌଧୁରୀଙ୍କ ମୃତଦେହକୁ ନେଇ ସେ ୟୁପି ସରକାରଙ୍କୁ ଘେରିଥିଲେ ।ଉତ୍ତରପ୍ରଦେଶରେ ଜଙ୍ଗଲ ରାଜ ବଢିବାରେ ଲାଗିଛି । ୟୁପିରେ ଉଭୟ କୋରୋନା ଏବଂ ଅପରାଧରେ ନିୟନ୍ତ୍ରଣ ନାହିଁ । ଧର୍ମେନ୍ଦ୍ର ଚୌଧୁରୀଙ୍କୁ ଗତ ଆଠ ଦିନ ପୂର୍ବେ ବୁଲନ୍ଦସରରୁ ଅପହରଣ କରାଯାଇଥିଲା। ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି। କାନପୁର, ଗୋରଖପୁର ଏବଂ ବୁଲନ୍ଦସର ପ୍ରତ୍ୟେକ ଘଟଣାରେ ଆଇନ ଶୃଙ୍ଖଳା ଏବଂ ଜଙ୍ଗଲ ରାଜର ଲକ୍ଷଣ ରହିଛି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ସରକାର କେତେ ଦିନ ଶୋଇ ରହିବେ ବୋଲି ପ୍ରିୟଙ୍କା ଗାନ୍ଧୀ ଏକ ଟ୍ବିଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.