ETV Bharat / bharat

ଟ୍ରେଣ୍ଡ କରୁଛି ଶସ୍ତା ସୁନ୍ଦର ଇକୋ-ଫ୍ରେଣ୍ଡଲୀ ଜୁଏଲାରୀ

ଏବେ ଖାଲି ସୁନା ରୂପା ହୀରା ନୁହେଁ ମହିଳା ପସନ୍ଦ କରୁଛନ୍ତି ଇକୋ-ଫ୍ରେଣ୍ଡଲୀ ଗହଣା । ଆଉ ଏହାକୁ ତିଆରି କରିବା ପାଇଁ କିଛି ମହିଳା ବ୍ୟବହାର କରନ୍ତି ଡ୍ରିଲିଂ ମେସିନ । ଦେଶର ବିଭିନ୍ନ ସ୍ଥାନରେ ମହିଳା ମାନେ ଏହାକୁ ନିଜର ବୃତ୍ତି ଭାବେ ଆପଣେଇଥିବା ଦେଖା ଦେଇଛି ।

ଫାଇଲ ଫଟୋ
author img

By

Published : Jun 10, 2019, 2:49 PM IST

Updated : Jun 10, 2019, 3:01 PM IST

ନୂଆଦିଲ୍ଲୀ: ସୁନା ନୁହେଁ କି ହୀରା ନୁହେଁ । ହେଲେ ଏହି ଗହଣା ଗୁଡିକ ଖୁବ ଚମକୁଛି । ଆଉ ଏହାକୁ କିଣିନେବାକୁ ଜମୁଛି ଗ୍ରାହକଙ୍କ ଭିଡ । ମହିଳାଙ୍କର ମନ ପସନ୍ଦର କାନର ସାଙ୍ଗକୁ ହାର ମଧ୍ୟ ରହିଛି । ଆଉ ଆପଣଙ୍କୁ ସୁହାଇଲା ଭଲି ଦାମ ମଧ୍ୟ ରହିଛି । 70ରୁ ଆରମ୍ଭ କରି 1500 ଟଙ୍କା ପର୍ଯ୍ୟନ୍ତର ଗହଣା ଆପଣ କିଣିପାରିବେ । ତେବେ ଏହି ଗହଣା ତିଆରି ହୋଇଛି ଧାନ, ବିଭିନ୍ନ ପ୍ରକାର ମଞ୍ଜିରୁ ।

ଡ୍ରିଲିଂ ମେସିନରେ ଗୋଟିଏ ଗୋଟିଏ ମଞ୍ଜିକୁ ଯୋଡାଯାଉଛି ସୁନ୍ଦର ସୁନ୍ଦର ଗହଣା । ସୁନା ହାର ଠାରୁ ବି ଏହାର ଚାହିଦା ଖୁବ ବେଶୀ । ଆଉ ଯୁବପିଢିଙ୍କ ଭିତରେ ଏହି ଜଙ୍ଗଲି ଜୁଏଲାରୀକୁ ନେଇ ରହିଛି ଅଧିକ ଆକର୍ଷଣ ।

ଏହି ଗହଣା ତିଆରି କରୁଛନ୍ତି ବିଭିନ୍ନ ସଙ୍ଗଠନର ମହିଳା । ନିଜ କାରିଗରୀ ବିଦ୍ୟାର ଉପଯୋଗ କରି ଛୋଟଛୋଟ ଶସ୍ୟ ଓ ମଞ୍ଜିକୁ ଦେଉଛନ୍ତି ସୁନ୍ଦର ଆକର୍ଷିତ ଗହଣାର ରୂପ । କେବଳ ଏତିକି ନୁହେଁ ମହିଳାମାନେ ବିଭିନ୍ନ ପ୍ରଦର୍ଶନୀରେ ନିଜର କଳା ଦେଖାଇବା ସହ ମହିଳାଙ୍କୁ ଯୋଗାଉଛନ୍ତି ଏହି ଇକୋ ଫ୍ରେଣ୍ଡଲୀ ଅଳଙ୍କାର ।

Last Updated : Jun 10, 2019, 3:01 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.