ETV Bharat / bharat

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ନଡ୍ଡା; 19ରେ ଦାୟିତ୍ବ ! - ରାଷ୍ଟ୍ରୀୟ ଅଧ୍ୟକ୍ଷ

ଜେପି ନଡ୍ଡା ହେବେ ବିଜେପିର ଆଗାମୀ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଚଳିତ ମାସ 19ରେ ନେବେ ପୂର୍ଣ୍ଣକାଳୀନ ଦାୟିତ୍ବ । ତେବେ କଣ ରହିବ ନଡ୍ଡାଙ୍କ ପାଇଁ ଚ୍ୟାଲେଞ୍ଜ ? କେମିତି ହେବେ ଅଧ୍ୟକ୍ଷ ଭାବେ ନିର୍ବାଚିତ ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bjp president
bjp president
author img

By

Published : Jan 14, 2020, 12:11 AM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକାଳ 2019 ଜାନୁୟାରୀରୁ ଶେଷ ହୋଇସାରିଛି । ତେବେ 2019ରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଦାୟିତ୍ବରେ ରହିବାକୁ ଦଳର ସଂସଦୀୟ ବୋର୍ଡ ପରାମର୍ଶ ଦେଇଥିଲା । ସାଧାରଣ ନିର୍ବାଚନ ପରେ ଦଳ କ୍ଷମତା ବଜାୟ ରଖିବା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହ ସରକାରରେ ସାମିଲ ହେବାପରେ ଦଳର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଥିଲା । ଏବେ ନଡ୍ଡାଙ୍କୁ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ସପ୍ତାହରେ ନଡ୍ଡା ବିଦ୍ଧିବଧ ଭାବେ ପୂର୍ଣ୍ଣକାଳିନ ଅଧ୍ୟକ୍ଷ ଦାୟିତ୍ବ ନେବେ ।

ନଡ୍ଡା ହେବେ ଭାଜପାର 11ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ

ସୂତ୍ର ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଜେପି ନଡ୍ଡା ଆସନ୍ତା 19 ରେ ନାମାଙ୍କନ ଦାଖଲ କରିବେ । 20ରେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ରାଧା ମୋହନ ସିଂ ନଡ୍ଡାଙ୍କ ନାମକୁ ରାଷ୍ଟ୍ରୀୟ ସଭାପତି ଭାବେ ଘୋଷଣା କରିବେ । ଏହାସହ ଜେପି ନଡ୍ଡା ହେବେ ବିଜେପିର 11ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତା ଗୁରୁବାର ମଧ୍ୟରେ ଯେକୌଣି ମୁହୂର୍ତ୍ତରେ ରାଧା ମୋହନ ସିଂ ରାଷ୍ଟ୍ରୀୟ ସଭାପତି ପାଇଁ ତାରିଖ ଘୋଷଣା କରିବେ ।

ଭାଜପା ସମ୍ବିଧାନ

ସୂଚନା ଥାଉକି ବର୍ତ୍ତମାନ ସମୟରେ ବିଜେପିର ସାଂଗଠନିକ ନିର୍ବାଚନ ଜାରି ରହିଛି। ଦଳୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ସ୍ତରରେ 50ପ୍ରତିଶତରୁ ଅଧିକ ସାଂଗଠନିକ ନିର୍ବାଚନ ଶେଷ ହେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥାଏ । ତେବେ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ 80 ପ୍ରତିଶତ ସାଂଗଠନିକ ନିର୍ବାଚନ ଶେଷ ହୋଇଯାଇଥିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଜେପି ନଡ୍ଡାଙ୍କ ପ୍ରସ୍ତାବ ରହିବେ ଖୋଦ ପ୍ରଧାନମନ୍ତ୍ରୀଙ୍କ ସମେତ, ରାଜନାଥ ସିଂ, ନିତୀନ ଗଡକରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରୀୟ ମନ୍ତ୍ରୀ ।

ଜେପି ନଡ୍ଡାଙ୍କ ରାଜନୈତିକ ଯାତ୍ରା

ଜେପି ନଡ୍ଡା ଛାତ୍ର ଜୀବନରୁ ରାଜନୀତିରେ ଯୋଗଦେଇଛନ୍ତି । ପ୍ରଥମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ ପଦ ପଦବୀରେ ସେ ଦାୟିତ୍ବ ନିର୍ବାହ କରିଥିଲେ । ପରେ 1993ରେ ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ । ମୋଦି ସରକାରର ପ୍ରଥମ ପାଳିରେ ସେ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ବିଭାଗ ସମେତ ବହୁ ମହତ୍ତପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । କିନ୍ତୁ ମୋଦି ତାଙ୍କ ଦ୍ବିତୀୟ ପାଳିରେ ନଡ୍ଡାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିନଥିଲେ । ତେବେ ନଡ୍ଡା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବର୍ତ୍ତମାନ କାର୍ଯ୍ୟକରୁଥିଲେ ମଧ୍ୟ ତାଙ୍କ ସହଭାଗୀତାରେ ଦଳ ଲଢିଥିବା ନିର୍ବାଚନ ନିଜ ପୂର୍ବ ସଫଳତା ବଜାୟ ରଖିପାରି ନାହିଁ ।

ନଡ୍ଡାଙ୍କ ପାଇଁ ଅଗ୍ନି ପରୀକ୍ଷା
ଫେବୃୟାରୀ ଦ୍ବିତୀୟ ସପ୍ତାହରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଯେଉଁଠି ଦଳ କ୍ଷମତାକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବ । ଯଦି ନଡ୍ଡା ଦଳକୁ ଦିଲ୍ଲୀ ଦଖଲ କରାଇ ପାରିଲେ ତାଙ୍କ ନେତୃତ୍ବରେ ହେବ ଦଳର ପ୍ରଥମ ଓ ବହୁ ପ୍ରତିକ୍ଷୀତ ବିଜୟ । ଏଥିସହ ଚଳିତ ବର୍ଷ ଶେଷ ସୁଦ୍ଧା ବିହାର ବିଧାନସଭା ନିର୍ବାଚନ ହେବ । ଯାହା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହେବ । କାରଣ ବିଜେପିର ପ୍ରମୁଖ ସହଯୋଗୀ ଏବେ ଜେଡିୟୁ । ସେହି ଦୃଷ୍ଟିରୁ ମେଣ୍ଟ ବଜାୟ ରଖି ଆସନ ବୁଝାମଣା ନଡ୍ଡାଙ୍କ ପାଇଁ ଅଗ୍ନି ପରୀକ୍ଷା ହେବାକୁ ଯାଉଛି । ସେହିପରି ଆସନ୍ତା ବର୍ଷ ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅଛି । ଯାହା ବିଜେପିକୁ ଅନେକ ଚ୍ୟାଲେଞ୍ଚ ଗ୍ରହଣ କରିବାକୁ ପଡିବ । ଏହାସହ ଦଳୀୟ ସଂଗଠନକୁ ସୁଦୃଢ ଅମିତ ଶାହାଙ୍କ ଦକ୍ଷତାକୁ ବଜାୟ ରଖିବା ତାଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ।

ଦଳର ବର୍ତ୍ତମାନର ସ୍ଥିତି

ନିକଟରେ ଶେଷ ହୋଇଥିବା ଝାଡଖଣ୍ଡ ନିର୍ବାଚନରେ ଦଳ ପରାଜୟ ବରଣ କରିଥିଲା । ସେହିପରି ମହାରାଷ୍ଟ୍ରରେ କ୍ଷମତା ହାତରୁ ଖସିଗଲା । ଅନ୍ୟପଟେ ହରିୟାଣାରେ ମଧ୍ୟ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଲା ନାହିଁ । ଦଳ ସେଠି ମେଣ୍ଟ କରି ସରକାର ବଞ୍ଚାଇବାରେ ସଫଳ ହୋଇଛି । ଦଳର ଏହି ସମସ୍ତ ପ୍ରଦର୍ଶନକୁ ସମୀକ୍ଷା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି କେଉଁଠି ନା କେଉଁଠି ଦଳ ପୂର୍ଣ୍ଣକାଳିନ ଅଧ୍ୟକ୍ଷ ଅଭାବର କ୍ଷତି ସହିଛି । ଯଦିଓ ଶାହା ବର୍ତ୍ତମାନ ମଧ୍ୟ ପୂର୍ଣ୍ଣକାଳିନୀ ଅଧ୍ୟକ୍ଷ ଅଛନ୍ତି କିନ୍ତୁ ଅଧିକ ସମୟ ଦଳ ଅପେକ୍ଷା ସେ ସରକାରରେ କେନ୍ଦ୍ରୀଭୂତ । ତେବେ ନଡ୍ଡା ବିଶ୍ବର ସର୍ବବୃହତ ରାଜନୈତିକ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାୟିତ୍ବ ନେବାପରେ ଦଳକୁ କେମିତି ସଫଳତା ଦେଉଛନ୍ତି ଓ ଦଳର ସ୍ଥିତି କେଉଁସ୍ତରରେ ପହଞ୍ଚାଉଛନ୍ତି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.