ETV Bharat / bharat

ନଡ୍ଡାଙ୍କ ଘୋଷଣା, ଦେଶରେ ଖୁବଶୀଘ୍ର ଲାଗୁ ହେବ CAA - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଖୁବଶୀଘ୍ର ଏହି ଆଇନ ସାରା ଦେଶରେ ଲାଗୁ ହେବ ବୋଲି ପଶ୍ଚିମବଙ୍ଗର ରାଲିକୁ ସମ୍ବୋଧନ ସମୟରେ କହିଛନ୍ତି ନଡ୍ଡା । ଏହା ସହ ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଧିକ ପଢନ୍ତୁ...

ନଡ୍ଡାଙ୍କ ଘୋଷଣା, ଦେଶରେ ଖୁବ ଶିଘ୍ର ଲାଗୁ ହେବ CAA

author img

By

Published : Oct 19, 2020, 10:07 PM IST

କୋଲକାତା: ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ନେଇ ବଡ ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଖୁବଶୀଘ୍ର ଏହି ଆଇନ ସାରା ଦେଶରେ ଲାଗୁ ହେବ ବୋଲି ପଶ୍ଚିମବଙ୍ଗର ରାଲିକୁ ସମ୍ବୋଧନ ସମୟରେ କହିଛନ୍ତି ନଡ୍ଡା । ଏହା ସହ ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ନଡ୍ଡା କହିଛନ୍ତି, ସାରା ଦେଶରେ ଖୁବଶୀଘ୍ର ସିଏଏ ଆଇନ ଲାଗୁ କରାଯିବ । ମହାମାରୀ କୋରୋନା କାରଣରୁ ଏହାର କାର୍ଯ୍ୟକାରିତା ଏଯାଏଁ ହୋଇପାରି ନଥିଲା । ସିଏଏ ଲାଗୁ ହେବା ପରେ ସମସ୍ତଙ୍କୁ ଲାଭ ହେବ । ଏହାକୁ ଲାଗୁ ପାଇଁ ବିଜେପି ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, ମମତା କେବଳ ବିଭାଜନର ରାଜନୀତିରେ ସଂସ୍ଳିଷ୍ଟ ଅଛନ୍ତି ହେଲେ ବିଜେପି ବିକାଶ ପାଇଁ କାର୍ଯ୍ୟ କରୁଛି । ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ମୂଳ ନୀତି ହେଉଛି ସବକା ସାଥ ଓ ସବକା ବିକାଶ ।

ସେ କହିଛନ୍ତି ଦୁଃଖର ବିଷୟ ଯେ ମମତା ସରକାର କୃଷକ ସମ୍ମାନ ନିଧିକୁ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରିବାକୁ ଦେଇନଥିଲେ। ପଶ୍ଚିମବଙ୍ଗରେ 76 ଲକ୍ଷ ଚାଷୀ ଏଥିରୁ ବଞ୍ଚିତ ହୋଇଥିବା ନଡ୍ଡା ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.