ETV Bharat / bharat

ଜେଏନୟୁ ଭିସିଙ୍କୁ ବହିଷ୍କାର ପାଇଁ ଦାବି କଲେ ବିଜେପି ନେତା ମନୋହର ଜୋଶୀ

author img

By

Published : Jan 10, 2020, 12:36 AM IST

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଘଟଣାକୁ ନେଇ ମୁହଁ ଖୋଲିଲେ ବିଜେପିର ବରିଷ୍ଠନେତା ମୁରଲୀ ମନୋହର ଜୋଶୀ । ଜେଏନୟୁ ଭିସି ଏମ. ଜଗଦୀଶ କୁମାରଙ୍କୁ ଭିସିଙ୍କୁ ପଦରୁ ହଟାଇ ଦେବାକୁ ଯୋଶୀ ଦାବି କରିଛନ୍ତି । ଅଧିକ ପଢନ୍ତୁ..

ଜେଏନୟୁ ଭିସିଙ୍କୁ ବହିଷ୍କାର ପାଇଁ ଦାବି କଲେ ବିଜେପି ନେତା ମନୋହର ଜୋଶୀ
ଜେଏନୟୁ ଭିସିଙ୍କୁ ବହିଷ୍କାର ପାଇଁ ଦାବି କଲେ ବିଜେପି ନେତା ମନୋହର ଜୋଶୀ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଘଟଣାକୁ ନେଇ ରାଜନୀତି ଉଷ୍ମ ରହିଛି । ଏପରି ସ୍ଥିତିରେ ଜେଏନୟୁ ଭିସି ଏମ. ଜଗଦୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠନେତା ମୁରଲୀ ମନୋହର ଜୋଶୀ । ଏହାସହ ଜେଏନୟୁ ଭିସିଙ୍କୁ ପଦରୁ ହଟାଇ ଦେବାକୁ ଯୋଶୀ ଦାବି କରିଛନ୍ତି ।

ବିଜେପି ନେତା ଯୋଶୀ କହିଛନ୍ତି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦୁଇଥର ଭିସି ଜଗଦୀଶ କୁମାରଙ୍କୁ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଭେଟି ବିବାଦର ସମାଧାନ କରିବାକୁ କହିଥିଲା। କିନ୍ତୁ ଭିସି ଏପରି କରିନାହାନ୍ତି । ଭିସି ଜଗଦୀଶଙ୍କୁ ପଦରୁ ହଟାଯାଉ ବୋଲି ଯୋଶୀ କହିଛନ୍ତି ।

ମୁରଲୀ ମନୋହର ଯୋଶୀଙ୍କ ବୟାନ ଏପରି ସ୍ଥିତିରେ ଆସିଛି, ଯେଉଁ ସମୟରେ ଜେଏନୟୁରେ ଫି ବୃଦ୍ଧି ଓ ହିଂସାକୁ ନେଇ ଛାତ୍ରଛାତ୍ରୀ ପ୍ରଦର୍ଶନ ଜାରିରଖିଛନ୍ତି । ଜେଏନୟୁର ପ୍ରଦର୍ଶନକାରୀ ଛାତ୍ର ଭିସି ଜଗଦୀଶ କୁମାରଙ୍କୁ ହଟାଇ ପାଇଁ ଦାବି କରୁଛନ୍ତି । ବିପକ୍ଷ ମଧ୍ୟ ବାରମ୍ବାର ଭିସିଙ୍କୁ ଟାର୍ଗେଟ କରିବାରେ ଲାଗିଛି । ଏପରି ସ୍ଥିତିରେ ବିଜେପି ନେତା ମନୋହର ଜୋଶୀଙ୍କ ଏପରି ବୟାନ ପରେ ସରକାରଙ୍କ ଉପରେ ଭିସି ଜଗଦୀଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ଚାପ ବଢିପାରେ ।

Intro:Body:

blank2

Conclusion:

For All Latest Updates

TAGGED:

jnu violence
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.