ETV Bharat / bharat

ମୁଁ ନୁହେଁ ସେ ମୁଖାଧାରୀ ମହିଳା: କୋମଲ ଶର୍ମା

author img

By

Published : Jan 15, 2020, 12:56 PM IST

Updated : Jan 15, 2020, 1:04 PM IST

ଗତ ଜାନୁଆରୀ 5 ତାରିଖରେ ହୋଇଥିବା ଜେଏନୟୁ ହିଂସାରେ ନିଜ ନାମ ଆସିବା ପରେ ଏବେ ପ୍ରତିକ୍ରିୟା ଦେଇଛନ୍ତି କୋମଲ ଶର୍ମା । ମୁଖାଧାରୀ ମହିଳା ମୁଁ ନୁହେଁ ବୋଲି ସେ କହିଛନ୍ତି ।

du-student-komal-sharma
ଜେଏନୟୁ ହିଂସା

ନୂଆଦିଲ୍ଲୀ: ଗତ ଜାନୁଆରୀ 5 ତାରିଖରେ ହୋଇଥିବା ଜେଏନୟୁ ହିଂସାରେ ନିଜ ନାମ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି କୋମଲ ଶର୍ମା । ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଚିଠି ଲେଖି ନିଜ ପକ୍ଷ ରଖିଛନ୍ତି । ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ହାତରେ ଲୁହାଛଡ ଧରିଥିବା ଝିଅ ସେ ନୁହେଁ ବୋଲି କୋମଲ କହିଛନ୍ତି ।

ଜେଏନୟୁ କ୍ୟାମ୍ପସରେ ଘଟିଥିବା ହିଂସା ବେଳେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମୁଖାପିନ୍ଧା ମହିଳା ଜେଏନୟୁରେ ଆତଙ୍କରାଜ କରୁଥିବା ଜଣାପଡ଼ିଥିଲା। ଏହି ଭିଡିଓର ତଦନ୍ତ ପରେ ମହିଳା ଜଣକ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର କୋମଲ ଶର୍ମା ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।

ଏହା ବ୍ୟତୀତ ଏକ ଜାତୀୟ ଗଣମାଧ୍ୟମର ଷ୍ଟିଙ୍ଗ ଅପରେସନ ବେଳେ ମହିଳା ଜଣଙ୍କ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଦୌଲତ ରାମ କଲେଜର ଛାତ୍ରୀ। ସେ ଏବିଭିପିର ସଦସ୍ୟ ବୋଲି ଜଣା ପଡିଥିଲା । କୋମଲଙ୍କ ସିନିୟର ଏବଂ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏନେଇ ସ୍ବୀକାର କରିଥିଲେ । ଏହାପରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ କୋମଲଙ୍କୁ ନୋଟିସ ଜାରି କରିଥିଲା ଏବଂ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଥିଲା ।

Intro:Body:

BLANK FOR LINK 

Conclusion:
Last Updated : Jan 15, 2020, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.