ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ )ରେ ରବିବାର ହୋଇଥିବା ହିଂସା ଘଟଣାର ଯାଞ୍ଚ ପାଇଁ କୁଳପତିଙ୍କ ନିର୍ଦ୍ଦେଶ । ଏଥିଯୋଗୁଁ ପାଞ୍ଚ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କଲେ କୁଳପତି । ଏହି କମିଟି 5 ଜାନୁୟାରୀରେ ହୋଇଥିବା ଘଟଣାର ସବିଶେଷ ରିପୋର୍ଟ କୁଳପଚିଙ୍କୁ ପ୍ରଦାନ କରିବେ । କମିଟିରେ ପ୍ର. ଶୁଶାନ୍ତ ମିଶ୍ରା, ପ୍ର. ମଜହର ଆସିଫ, ପ୍ର.ସୁଧୀର ପ୍ରତାପ ସିଂହ, ପ୍ର. ସନ୍ତୋଷ ଶୁକ୍ଲା ଓ ଭାସ୍ବତୀ ଦାସ ରହିଛନ୍ତି ।
ଗତ ରବିବାର ଜେଏନୟୁ ହଷ୍ଟେଲରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।