ETV Bharat / bharat

'ଆମକୁ ପଛ କଥା ଭୁଲି ଆଗକୁ ବଢିବା ଉଚିତ' - ଜେଏନୟୁ ହିଂସା

ଜେଏନୟୁରେ ଗତ ଜାନୁଆରୀ 5 ତାରିଖରେ ହୋଇଥିବା ହିଂସାକାଣ୍ଡକୁ ନେଇ ପୁଣିଥରେ ନିଜ ପକ୍ଷ ରଖିଛନ୍ତି କୁଳପତି ଏମ ଜଗଦିଶ କୁମାର। ଜାଣନ୍ତୁ କ'ଣ କହିଛନ୍ତି ସେ ...

jnu violence
ଏମ ଜଗଦିଶ କୁମାର
author img

By

Published : Jan 12, 2020, 4:49 PM IST

ନୂଆଦିଲ୍ଲୀ: ଜେଏନୟୁରେ ଗତ ଜାନୁଆରୀ 5 ତାରିଖ ରବିବାର ହୋଇଥିବା ହିଂସାକାଣ୍ଡକୁ ନେଇ ପୁଣିଥରେ ନିଜ ପକ୍ଷ ରଖିଛନ୍ତି କୁଳପତି ଏମ ଜଗଦିଶ କୁମାର। ସ୍ଥିତି ସାମାନ୍ୟ କରିବା ଉଦ୍ଦେଶ୍ୟରେ ସେ କହିଛନ୍ତି, ଯାହା ଘଟିବାର ଥିଲା ତାହା ଘଟିଯାଇଛି। ଆମକୁ ଅତୀତର କଥା ଭୁଲି ଆଗକୁ ବଢିବା ଉଚିତ। ଆମେ କାହା ଉପରେ ଅଙ୍ଗୁଳି ଉଠାଉନାହୁଁ କି ଏଥିପାଇଁ କାହାକୁ ଦାୟୀ କରିନାହୁଁ। ବିଶ୍ବବିଦ୍ୟାଳୟର କାର୍ଯ୍ୟ ସୂଚାର ରୂପେ ପରିଚାଳନା ହେବା ଆମ ପାଇଁ ଆବଶ୍ୟକ ବୋଲି ସେ କହିଛନ୍ତି।

ସେପଟେ ଏସଆଇଟି ହ୍ବାଟ୍‌ସଆପ ଗ୍ରୁପ ଏବଂ ଭାଇରାଲ ଭିଡିଓ ସାହାଯ୍ୟରେ ବିଶ୍ବବିଦ୍ୟାଳୟରେ ହୋଇଥିବା ହିଂସାକାଣ୍ଡ ମାମଲାରେ 41 ଜଣଙ୍କୁ ଚିହ୍ନଟ କରାଯାଇଛି।ସେମାନଙ୍କ ମଧ୍ୟରୁ 12 ଜଣ ଅଣଛାତ୍ର ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଏକତ୍ରୀତ କରାଯିବା ପରେ ସେମାନଙ୍କୁ ଗିରଫ କରାଯିବ। ପଚାରାଉଚାରା ପାଇଁ 37 ଜଣଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି।

ଗତ ଜାନୁଆରୀ 5 ତାରିଖ ରବିବାର ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି ଓ ଲୁହା ଛଡ଼ ସହ ଜେଏନୟୁରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନ ଏସଏଫଆଇ ଓ ଏବିଭିପି ପରସ୍ପରକୁ ଦୋଷ ଦେଉଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.