ETV Bharat / bharat

ଜେଏନୟୁ ବିବାଦ: 'ପ୍ରଦର୍ଶନକାରୀଙ୍କୁ କାହିଁକି ସମର୍ଥନ କରୁଛନ୍ତି ସେଲିବ୍ରିଟି ?'

author img

By

Published : Jan 8, 2020, 11:55 PM IST

ଜେଏନୟୁ ହିଂସା ପରେ ବଲିଉଡ ସେଲିବ୍ରିଟିଙ୍କ ବିଶ୍ବବିଦ୍ୟାଳୟ  ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୁଳପତି ଏମ ଜଗଦିଶ କୁମାର । ଜାଣନ୍ତୁ ସେ କ'ଣ କହିଛନ୍ତି..

jnu-vc-m-jagadesh-kumar
ଫାଇଲ ଫଟୋ

ନୂଆଦିଲ୍ଲୀ: ଜେଏନୟୁ ହିଂସା ପରେ ବଲିଉଡ ସେଲିବ୍ରିଟିଙ୍କ ବିଶ୍ବବିଦ୍ୟାଳୟ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୁଳପତି ଏମ ଜଗଦିଶ କୁମାର । ଏହି କଳାକାର ମାନେ ପ୍ରଦର୍ଶନକାରୀଙ୍କ ପକ୍ଷରେ କାହିଁକି ଠିଆ ହୋଇଛନ୍ତି । ସେମାନେ ପ୍ରଦର୍ଶନକାରୀଙ୍କୁ କାହିଁକି ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି ।

ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗଦିଶ କୁମାର କହିଛନ୍ତି, ପ୍ରଦର୍ଶନକାରୀଙ୍କ ଯୋଗୁଁ ହଜାର ହଜାର ଛାତ୍ର ଏବଂ ଶିକ୍ଷକ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏହି କଳାକାର ମାନେ ସେମାନଙ୍କ ସପକ୍ଷରେ କାହିଁକି ବାହାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଗଦିଶ କୁମାର । ଏହା ସହିତ ସେ ବିଶ୍ବବିଦ୍ୟାଳୟର ଫି' ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ବିଶ୍ବବିଦ୍ୟାଳୟର ସମସ୍ତ ପୂର୍ବତନ ଛାତ୍ରଙ୍କ ସହ ଆମେ ସମ୍ପର୍କ କରୁଛୁ । ଆର୍ଥିକ ରୂପରେ ଦୁର୍ବଳ ଥିବା ଛାତ୍ରଙ୍କୁ ସେମାନେ କିପରି ସାହାଯ୍ୟ କରିପାରିବେ ସେନେଇ ଆଲୋଚନା ଜାରି ରହିଛି ।

କଂଗ୍ରେସର ତଥ୍ୟ ଅନ୍ବେଷଣ ଦଳ ଏବଂ ଡିଏମକେ ନେତା କାନିମୋଝିଙ୍କ ଜେଏନୟୁ ଗସ୍ତ ଉପରେ ଆପତ୍ତି ଦର୍ଶାଇ କୁଳପତି କହିଛନ୍ତି, ଦୟାକରି ବିଶ୍ବବିଦ୍ୟାଳୟର ପ୍ରସଙ୍ଗକୁ ରାଜନୀତିକରଣ କରନ୍ତୁ ନାହିଁ । ଆମକୁ ଆମ କାମ କରିବାକୁ ଦିଅନ୍ତୁ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.