ETV Bharat / bharat

ଶିକ୍ଷକଙ୍କୁ 2ଦିନିଆ ଡିଜିଟାଲ ପ୍ଲାଟଫର୍ମ କର୍ମଶାଳା ଯୋଗାଉଛି ଜେଏନୟୁ - ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନରେ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ଶିକ୍ଷକଙ୍କୁ ଗୁରୁବାର ଠାରୁ ଦୁଇ ଦିନିଆ କର୍ମଶାଳା ଯୋଗାଇଛି ଜେଏନୟୁ ।

_jnu
ଶିକ୍ଷକଙ୍କୁ 2ଦିନିଆ ଡିଜିଟାଲ ପ୍ଲାଟଫର୍ମ କର୍ମଶାଳା ଯୋଗାଉଛି ଜେଏନୟୁ
author img

By

Published : Apr 30, 2020, 10:24 AM IST

ନୂଆଦିଲ୍ଲୀ: ଶିକ୍ଷକଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା ଆୟୋଜନ କଲା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନରେ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ଶିକ୍ଷକଙ୍କୁ ଗୁରୁବାର ଠାରୁ ଦୁଇ ଦିନିଆ କର୍ମଶାଳା ଯୋଗାଇଛି ଜେଏନୟୁ ।

ମୁଡଲ୍ ଲର୍ନିଂ ମ୍ୟାନେଜମେଣ୍ଟ ସିଷ୍ଟମ୍ ସହିତ ଡିଜାଇନ, ଡେଭଲପ୍ ଏବଂ ଡେଲିଭର ଅନଲାଇନ କୋର୍ସକୁ ନେଇ ଏକ କର୍ମଶାଳା ଆୟୋଜନ କରିଛି ଜେଏନୟୁ। ଏହି କର୍ମଶାଳାରେ ସମଗ୍ର ଭାରତରୁ ଏକ ହଜାରରୁ ଅଧିକ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । କୋରୋନା ମହାମାରୀ ସମୟରେ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ତାଲିମ ଦେବାରେ ଜେଏନୟୁ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି ଜେଏନୟୁ ଭିସି ଏମ ଜଗଦେଶ କୁମାର ଗୁରୁବାର ଟ୍ୱିଟ କରି କହିଛନ୍ତି । ଏଥିସହ ସେ କହିଛନ୍ତି, ଡିଜିଟାଲ ପ୍ଲାଟଫର୍ମରେ କିଭଳି ଶିକ୍ଷା ପ୍ରଦାନ କରାଯିବ ତାହା ଶିକ୍ଷକମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।

ଏଥିସହ ଜଗଦେଶ କୁମାର କହିଛନ୍ତି, କୋରୋନା ମହାମାରୀ ସମୟରେ ଶିକ୍ଷାଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବା ପାଇଁ ଶିକ୍ଷକମାନେ ଡିଜିଟାଲ୍ ପ୍ଲାଟଫର୍ମ କିପରି ବ୍ୟବହାର କରିବେ ତାହା ଶିଖିବା ଜରୁରୀ ଅଟେ। କୋରୋନା ପରେ ମଧ୍ୟ ଡିଜିଟାଲ୍ ପ୍ଲାଟଫର୍ମଗୁଡିକ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

ଶିକ୍ଷାର କେଉଁ ଅଂଶ ଅନଲାଇନ୍ ହୋଇପାରିବ ଏବଂ କେଉଁ ଅଂଶ ଶ୍ରେଣୀଗୃହରେ ରହିପାରିବ ତାହା ସ୍ଥିର କରିବାର ସମୟ ଆସିଛି। ଅନଲାଇନ୍ ଶିକ୍ଷା ଅଧିକ ନମନୀୟତା ଏବଂ ଶିକ୍ଷା ପାଇଁ ଅଧିକ ସୁବିଧା ଆଣିବାକୁ ଯାଉଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.