ETV Bharat / bharat

ବ୍ୟାଙ୍କରୁ ମିଳୁଛି ବାସନ: ଅଟକାଇବ ପ୍ଲାଷ୍ଟିକ ପ୍ରଦୂଷଣ - ପ୍ଲାଷ୍ଟିକ ପ୍ରଦୂଷଣ

'ବାସନ ବ୍ୟାଙ୍କ' ହ୍ରାସ କରୁଛି ପ୍ଲାଷ୍ଟିକ ବ୍ୟବହାର । ବିବାହ ହେଉ କି କୌଣସି ଉତ୍ସବ ଭଡାରେ ମିଳୁଛି ବାସନକୁସନ । ଯାହା ଆମ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଏକ ସଫଳ ପ୍ରୟାସ । ଅଧିକ ପଢନ୍ତୁ...

'utensil bank
ବ୍ୟାଙ୍କରୁ ମିଳୁଛି ବାସନ: ରୋକିବ ପ୍ଲାଷ୍ଟିକ ପ୍ରଦୂଷଣ
author img

By

Published : Jan 18, 2020, 9:09 AM IST

ଜାମସେଦପୁର: ଭାରତରେ ସେଲିବ୍ରେସନ ଅର୍ଥ ଭୋଜିଭାତର ଆସର । ସେଲିବ୍ରେସନ ସରିବା ପରେ ଗଦା ହୁଏ ଅଳିଆ ଆବର୍ଜନା । ଖାସ କରି ପ୍ଲାଷ୍ଟିକ ଓ ସୋଲାର ତିଆରି ସାମଗ୍ରୀ ବ୍ୟବହାର ହିଁ ଅଳିଆର ମୁଖ୍ୟ କାରଣ । ତେବେ ସାରା ଦେଶରେ ପ୍ଲାଷ୍ଟିକ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ, ଯୁଗସଲାଇ ମ୍ୟୁନସିପାଲ ଏହାର ପ୍ରଭାବ ଝାଡଖଣ୍ଡରେ ପକାଇବାକୁ ପ୍ରୟାସ ଆରମ୍ଭ କରିଛି ।

ବ୍ୟାଙ୍କରୁ ମିଳୁଛି ବାସନ: ରୋକିବ ପ୍ଲାଷ୍ଟିକ ପ୍ରଦୂଷଣ

37ଟି ସ୍ବେଚ୍ଛାସେବୀ ସଙ୍ଗଠନ ଗ୍ରୁପ ସହିତ 10ଜଣ ସଦସ୍ୟଙ୍କୁ ନେଇ ଯୁଗସଲାଇ ମହାନନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି 'ବାସନ ବ୍ୟାଙ୍କ' । ଯେଉଁଠୁ ଉତ୍ସବ ହେଉ ଅବା ସମାରୋହରେ ଲୋକେ କମ ଭଡା ଷ୍ଟିଲ ବାସନକୁସନ ଆଣିପାରିବେ ।

ପ୍ଲାଷ୍ଟିକ ବିରୋଧରେ ଲଢେଇ କରିବାକୁ 'ବାସନ ବ୍ୟାଙ୍କ' ଭଳି ପଦକ୍ଷେପ ନିଆଯାଇଛି । ଆଉ ଭବିଷ୍ୟତରେ ସ୍ବଚ୍ଛତା, ସୁସ୍ଥ ପରିବେଶ କିମ୍ବା ପରିବେଶ ସଂରକ୍ଷଣ ସଚେତନତା କରିବା ସହ ଏଭଳି ଅନ୍ୟାନ୍ୟ ପ୍ରୟାସ କରିବାକୁ କହିଛନ୍ତି ଯୁଗସଲାଇ ମହାନଗର ନିଗମର ସ୍ବତନ୍ତ୍ର ଅଧିକାରୀ ଜେ.ପି ଯାଦବ । ପରୀକ୍ଷଣ ଭାବେ ପ୍ରଥମ ପର୍ଯ୍ୟାୟରେ 50-100 ଜଣଙ୍କୁ ଏକାଠି କରି ଏପରି ଉତ୍ତମ ପ୍ରଚେଷ୍ଟା କରାଯାଇଛି ।

37 ସ୍ବେଚ୍ଛାସେବୀ ସଙ୍ଗଠନ କରାଯାଇ ପ୍ଲାଷ୍ଟିକ ଅଭିଯାନରେ ସାମିଲ କରାଯାଇଛି । ଏହା ଦ୍ବାରା କେବଳ ଯେ, ପ୍ଲାଷ୍ଟିକ ବ୍ୟବହାରରେ ହ୍ରାସ କରାଯାଉଛି ତାହା ନୁହେଁ ବରଂ ମହିଳାମାନେ ଏହି କାର୍ଯ୍ୟ ନିଜେ ସ୍ବାବଲମ୍ବୀ ହୋଇପାରୁଛନ୍ତି । ଆଉ ଯଦି ଏହା ସଫଳତା ହାସଲ କରେ, ତେବେ ପରେ ବଡ ଆକାରରେ 'ବାସନ ବ୍ୟାଙ୍କ'ର ପରିଚାଳନା କରାଯିବ ବୋଲି କହିଛନ୍ତି ସିଟି ମିଶନ ମ୍ୟାନେଜରର ଗ୍ଲେନିଶ ମେଞ୍ଜ । ଅନ୍ୟପଟେ, ଏହି ବ୍ୟାଙ୍କରେ ଉଭୟ ଶାକାହାରୀ ଓ ମାଂସାହାରୀଙ୍କୁ ଚିନ୍ତା କରି ଅଲଗା ଅଲଗା ବାସନକୁସନ ଉପଲବ୍ଧ ରହିଛି ।

ପ୍ଲାଷ୍ଟିକର ବହୁଳ ବ୍ୟବହାର ଉପରେ ଏହି 'ବ୍ୟାଙ୍କ' ପରିବେଶରେ ହାଲୁକା ପ୍ରଭାବ ପକାଇଛି । ଉତ୍ସବ ସମାରୋହରେ ପ୍ଲାଷ୍ଟିକ ବଦଳରେ ଷ୍ଟିଲରେ ଦେଲେ ଘର ଘର ପରି ଅନୁଭବ ହୁଏ । ଏହା ସହ ମହିଳା ଦିଗରେ ଏହା ବେଶ ସହାୟକ ହୋଇପାରିଛି । ସେମାନଙ୍କୁ ସ୍ବାବଲମ୍ବୀ କରିବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କୁହନ୍ତି ଏସଏଚଜି ସଦସ୍ୟ ସୁମନ କୁମାରୀ ।

ଲୋକଙ୍କ ସହ ଯୋଡି ରହିବା ପାଇଁ ନଗର ନିଗମ ପକ୍ଷରୁ ଏକ ମୋବାଇଲ ନମ୍ବର ଜାରି ହୋଇଛି। ଏପରିକି ଏହାକୁ ପ୍ରୋତ୍ସାହିତ କରି ସେବା ଯୋଗାଇକୁ ସର୍ବସାଧାରଣଙ୍କ ପାଇଁ ହ୍ବାଟସ ଆପ ମଧ୍ୟ ଉପଲବ୍ଧ ରହିଛି ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.