ETV Bharat / bharat

ଜାମ୍ମୁ-କାଶ୍ମୀର ପୋଲିସର ‘ୱାନ ରିଙ୍ଗ ସ୍କାମ’ ସଚେତନତା, ଅନ୍ତର୍ଜାତୀୟ ନମ୍ବରରୁ ଫେକ୍ କଲ୍ ଆସୁଥିବା ଅଭିଯୋଗ

author img

By

Published : Jun 15, 2020, 8:39 AM IST

ମୋବାଇଲ କମ୍ପାନୀର ଶହ ଶହ ଜାମ୍ମୁ କାଶ୍ମୀର ଗ୍ରାହକ ଫେକ୍ ଅନ୍ତର୍ଜାତୀୟ ନମ୍ବରରୁ ମିସ୍ କଲ ପାଉଥିବା ଅଭିଯୋଗ ହେଉଛି । ତେବେ ପୋଲିସ ଲୋକଙ୍କୁ ଏହି ନମ୍ବରଗୁଡିକୁ ଉତ୍ତର କିମ୍ବା କଲ୍ ନକରିବାକୁ ଚେତାବନୀ ଦେଇଛି କାରଣ ଏହା ଫୋନ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଲୁଟିବା ପାଇଁ ସ୍କାମ ହୋଇପାରେ।

ଅନ୍ତର୍ଜାତୀୟ ନମ୍ବରରୁ ଫେକ୍ କଲ୍
ଅନ୍ତର୍ଜାତୀୟ ନମ୍ବରରୁ ଫେକ୍ କଲ୍

ଶ୍ରୀନଗର: ମୋବାଇଲ କମ୍ପାନୀର ଶହ ଶହ ଜାମ୍ମୁ କାଶ୍ମୀର ଗ୍ରାହକ ଫେକ୍ ଅନ୍ତର୍ଜାତୀୟ ନମ୍ବରରୁ ମିସ୍ କଲ ପାଉଥିବା ଅଭିଯୋଗ ହେଉଛି । ତେବେ ପୋଲିସ ଲୋକଙ୍କୁ ଏହି ନମ୍ବରଗୁଡିକୁ ଉତ୍ତର କିମ୍ବା କଲ୍ ନକରିବାକୁ ଚେତାବନୀ ଦେଇଛି କାରଣ ଏହା ଫୋନ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଲୁଟିବା ପାଇଁ ସ୍କାମ ହୋଇପାରେ।

ଗତ ସପ୍ତାହରେ ଅନେକ ଗ୍ରାହକ ସୋସିଆଲ ମିଡିଆରେ ଫେକ୍ କଲ୍ ପାଉଥିବା ଅଭିଯୋଗ କରିଥିଲେ । ମଧ୍ୟ-ପୂର୍ବ କିମ୍ବା ସାଉଦି ଆରବରୁ ଏହି କଲ୍ ଆସୁଥିବା ପୋଲିସ ଅନୁମାନ କରୁଛି । ଏହାସହ ଏହି ସବୁ କଲ୍ ମଧ୍ୟରାତ୍ରୀରେ ଆସୁଥିବା କୁହାଯାଉଛି । ଜାମ୍ମୁ-କାଶ୍ମୀର ସାଇବର୍ ସେଲରେ ଅନେକ ଅଭିଯୋଗ ହୋଇଛି ଏହି ‘ୱାନ୍ ରିଙ୍ଗ କଲ୍’କୁ ନେଇ । ଏହାପରେ ପୋଲିସ ଏହି କଲ୍ ନ ଉଠାଇବା ପାଇଁ ଚେତାବନୀ ଦେଇଛି ।

ଯଦି ଆପଣଙ୍କ ଫୋନ୍ ଥରେ କଲ୍ ହୋଇ ବନ୍ଦ ହୋଇଯାଉଛି ତେବେ ପୁଣି ଥରେ ସେହି ନମ୍ବରରେ କଲ୍ କରନ୍ତୁ ନାହିଁ । ଏହା ‘ୱାନ ରିଙ୍ଗ କଲ୍ ସ୍କାମ୍’ ହୋଇପାରେ । ଏହାକୁ ନେଇ ସାଇବର୍ ପୋଲିସ ଏକ ଆଡଭାଇଜରୀ ଜାରି କରିଛି । ସ୍କାମ୍ କରୁଥିବା ବ୍ୟକ୍ତି ହୁଏତ ବ୍ୟାଙ୍କ ଆକାଉଣ୍ଟକୁ ଟାର୍ଗେଟ କରିଥାଇପାରେ ।

ସାଇବର ସେଲର ମୁଖ୍ୟ ତଥା ପୋଲିସ ଆଣ୍ଟି-ମିଲିଟାରୀ ୟୁନିଟ୍ ଶ୍ରୀନଗରର ଏସଓଜି ତାହିର ଅସରଫ୍ ଭଟ୍ଟୀ କହିଛନ୍ତି ଯେ, ‘ୱାନ ରିଙ୍ଗ ଫୋନ୍ ସ୍କାମ’ ଏକ ବିଶ୍ବସ୍ତରୀୟ ସ୍କାମ। ସେ କହିଛନ୍ତି, ‘କାଶ୍ମୀରର ବିଭିନ୍ନ ସ୍ଥାନରୁ ଆମେ 500 ରୁ ଅଧିକ ଏପରି କଲ୍ ପାଇଛୁ। ଦୋଦା, ପୁଞ୍ଛ ଓ ଜାମ୍ମୁର ଅନେକ ଲୋକ ଏପରି ଫେକ୍ କଲ୍ ପାଇଥିଲେ। ଲୋକଙ୍କୁ ଏହି ସ୍କାମ ବିଷୟରେ ଅବଗତ କରାଇବା ପାଇଁ ଆମେ ଏକ ତଦନ୍ତ ଆରମ୍ଭ କରିଛୁ ’।

ଏକ ମହଙ୍ଗା ପ୍ରିମିୟମ୍ ନମ୍ବର ମାଧ୍ୟମରେ କଲ୍ ଗୁଡିକ ଆସୁଥିବାରୁ ଆପଣ କଥାବାର୍ତ୍ତା କଲାବେଳେ ଅନେକ ବାଲାନ୍ସ କଟିଥାଏ । ସ୍କାମର୍ ପ୍ରାୟତଃ ଗ୍ରାହକଙ୍କୁ ଗୁରୁତ୍ବପୂର୍ଣ୍ଣ କଥାରେ ଜଡିତ କରନ୍ତି, ଯେପରିକି ଲଟେରୀ, କ୍ରେଡିଟ୍ କାର୍ଡ ଓ ବ୍ୟାଙ୍କ ଋଣ, ଏହାପରେ ବାଲାନ୍ସ ଓ ଡାଟା ଦ୍ରୁତ ଗତିରେ କଟିଯାଏ ।

ତେବେ ଏହି ସ୍କାମକୁ ନେଇ ଲୋକଙ୍କ ଠାରୁ ଅନେକ ପ୍ରଶ୍ନ ପାଇଥିବା ଏସଓଜି କହିଛନ୍ତି । ସ୍କାମ୍ କରୁଥିବା ବ୍ୟକ୍ତି ନମ୍ବର କେଉଁଠାରୁ ପାଆନ୍ତି ଏନେଇ ଅନେକ ପ୍ରଶ୍ନ ରହିଛି । ଖାସ୍ କରି ଟ୍ରୁ କଲର୍ କିମ୍ବା ସପିଂ କରୁଥିବା ବିଭିନ୍ନ ସ୍ଥାନରେ ବିଲ୍ କଲାବେଳେ ଆମେ ନମ୍ବର ଦେଇଥାଉ । ଏପରି ଅନେକ କମ୍ପାନୀ ଅଛି ଯେଉଁଠାରେ ଏହି ସବୁ ଡାଟା ରଖାଯାଏ ବୋଲି ଅସରଫ୍ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.