ETV Bharat / bharat

ଦିନ ମଜୁରିଆଙ୍କୁ ମିଳିବ ଏକ ମାସର ଦରମା

ଲକ ଡାଉନ ଭାରତ । ଆଜିଠୁ 20 ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଦେଶ । ଆଉ ଏଭଳି ସ୍ଥିତି ଦିନ ମଜୁରିଆଙ୍କ ପାଇଁ ସହାୟତାର ହାତ ବଢାଇ ଜମ୍ମୁ-କାଶ୍ମୀର ପ୍ରଶାସନ ।

ଦିନ ମଜୁରିଆଙ୍କୁ ମିଳିବ ଏକ ମାସର ଦରମା
ଦିନ ମଜୁରିଆଙ୍କୁ ମିଳିବ ଏକ ମାସର ଦରମା
author img

By

Published : Mar 25, 2020, 1:52 PM IST

ଜମ୍ମୁ: ଭାରତ ବନ୍ଦ ଦ୍ବାରା ପ୍ରଭାବିତ ଦିନ ମଜୁରିଆ ଓ ବସ୍ତିବାସିନ୍ଦାଙ୍କ ପାଇଁ ଜମ୍ମୁ-କାଶ୍ମରୀ ପ୍ରଶାସନର ସହାୟତା । ଦିନ ମଜୁରିଆଙ୍କୁ ଦରମା ମିଳିବ, ବସ୍ତି ଓ ଗରିବ ଲୋକଙ୍କୁ ବଣ୍ଟାଯିବ ରାସନ ପ୍ୟାକେଟ । ଏହା ସହ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟ ଶିବିର ସ୍ଥାପନା କରାଯିବା ।

ଜମ୍ମୁ-କାଶ୍ମୀରର ଡେପୁଟି କମିଶନର ଗିରିଶ ଚନ୍ଦ୍ର ମୂର୍ମୁଙ୍କ ଦ୍ବାରା ଆୟୋଜିତ ଏକ ଜରୁରୀକାଳୀନ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋରୋନା ମହାମାରୀ କାରଣରୁ ଉପୁଜିଥିବା ପରିସ୍ଥିତିରେ ବିଶେଷ ଭାବେ ସବୁଠାରୁ ଅସୁରକ୍ଷିତ ବିଭାଗ ତଥା ଅସଙ୍ଗଠିତ କ୍ଷେତ୍ର ପାଇଁ ଏହି ବୈଠକରେ ଅନେକ କଲ୍ୟାଣମୂଳକ ପଦକ୍ଷେପ ନିଆଯାଇଛି ।

ଦିନ ମଜୁରିଆଙ୍କୁ ଗୋଟିଏ ମାସର ଦରମା ଦିଆଯିବା ସହ ଏପ୍ରିଲ-ମେ' ମାସର ଆଗୁଆ ରାସନ ପ୍ୟାକେଟ ଆଗୁଆ ଦିଆଯିବ । ପରିଷଦ ସୂଚାଇ ଦେଇଛି ଯେ ବର୍ତ୍ତମାନ ପରିସ୍ଥିତିରେ ବସ୍ତିବାସିନ୍ଦା, ଅନ୍ୟ ସହରୀ ଗରିବ, ଗରିବ ଲୋକେ ପ୍ରଭାବିତ ହୋଇଛନ୍ତି । ତେଣୁ ସେମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ସେମାନଙ୍କ ମଧ୍ୟରେ ରାସନ ପ୍ୟାକେଟ ବଣ୍ଟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ମ୍ୟୁନିସିପାଲିଟି ସଂସ୍ଥା, PHE ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ବ୍ୟତୀତ ଜରୁରୀକାଳୀନ ପଦକ୍ଷେପ ଭାବରେ ଜିଲ୍ଲାମାନଙ୍କୁ 40 କୋଟି ଟଙ୍କା ଛାଡ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇସାରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.