ETV Bharat / bharat

100ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ପରେ ନିଦରୁ ଉଠିଲେ ସରକାର, ହସ୍ପିଟାଲକୁ ଆସିବ ଭେଣ୍ଟିଲେଟର

ଜେକେଲୋନ ହସ୍ପିଟାଲରେ 106 ଶିଶୁ ମୃତ୍ୟୁ ପରେ ଚେତିଲେ ରାଜସ୍ଥାନ ସରକାର । ହସ୍ପିଟାଲକୁ ଅତିରିକ୍ତ 8ଟି ଭେଣ୍ଟିଲେଟର ଆଣିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରଘୁଶର୍ମା ଦେଇଛନ୍ତି ଅନୁମତି ।

jk-lone-kota-hospital-raghu-sharma-health-minister-kota-news
ଶିଶୁମୃ୍ତ୍ୟୁ ପରେ ନିଦରୁ ଉଠିଲେ ସରକାର, ହସ୍ପିଟାଲକୁ ଆସିବ ଭେଣ୍ଟିଲେଟର
author img

By

Published : Jan 4, 2020, 10:34 AM IST

ଜୟପୁର: କୋଟାର ଜେକେଲୋନ ହସ୍ପିଟାଲରେ 100ରୁ ଊର୍ଦ୍ଧ୍ବ ଶିଶୁଙ୍କର ଜୀବନ ଯାଇସାରିଲାଣି । ଏତେ ଦିନ ଧରି ନିରବ ଥିବା ରାଜ୍ୟ ସରକାର ହଠାତ ନିଦରୁ ଉଠିଛନ୍ତି । ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଜେକେଲୋନ ହସ୍ପିଟାଲ ଗସ୍ତ କରି ସ୍ଥିତି ପରଖିଛନ୍ତି । ହସ୍ପିଟାଲର NICU ଓ୍ବାର୍ଡରେ ଅକ୍ସିଜେନ ଯୋଗାଣ ପାଇଁ ଆବଶ୍ୟକ ନିର୍ମାଣ କାର୍ଯ୍ୟକୁ 15 ଦିନ ମଧ୍ୟରେ ପୁରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚିକିତ୍ସାର ସୁବିଧା ପାଇଁ ଜେକେଲୋନ ହସ୍ପିଟାଲରେ ଅର୍ଥର ଅଭାବ ନଥିବା ନିଜ ମୁହଁରେ ମାନିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଏହାସହ ଏହି ଅର୍ଥର ଉପଯୋଗ କରି ସମୟ ପୂର୍ବରୁ ଉପକରଣର ମରାମତିର ଆବଶ୍ୟକ ଥିବା ସେ ବୁଝିଛନ୍ତି । ମନ୍ତ୍ରୀ ରଘୁ ଶର୍ମା 8ଟି ଭେଣ୍ଟିଲେଟର, 28ଟି ରେଗୁଲାଇଜର, 10ଟି ଅକ୍ସିମିଟର କିଣିବାକୁ ହସ୍ପିଟାଲକୁ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷେ ହସ୍ପିଟାଲରେ ବାୟୋମେଡିକାଲ ଇଞ୍ଜିନିୟର, ଖାଲି ପଡିଥିବା ପଦରେ ସହାୟକ ପ୍ରଫେସରର ପ୍ରସ୍ତାବକୁ ମନ୍ତ୍ରୀ ସ୍ବୀକୃତି ପ୍ରଦାନ କରିଛନ୍ତି ।

Intro:Body:

jkjkjk

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.