ଶ୍ରୀନଗର: ଆଜି (ମଙ୍ଗଳବାର) ଜମ୍ମୁ କାଶ୍ମୀର ପ୍ରଶାସନ ଅମରନାଥ ଯାତ୍ରା ଉପରେ ନିଷ୍ପତ୍ତି ନେଇପାରନ୍ତି । ଏନେଇ ଅପରାହ୍ନରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ ଅମରନାଥ ଶ୍ରାଇନବୋର୍ଡ ସିଇଓ ବିପୁଲ ପାଠକଙ୍କ ବ୍ୟତୀତ ଅନେକ ବଡ ପୋଲିସ ଅଧିକାରୀ ସାମିଲ ହୋଇପାରନ୍ତି ।
ଯଦିଓ ଅମରନାଥ ଶ୍ରାଇନ ବୋର୍ଡ ଏହି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ଏଲଜି ପ୍ରଶାସନରେ ପାରସ୍ପରିକ ମତଭେଦ ହେତୁ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଏନେଇ ଆମ ଅଧିକାରୀ ସରକାରଙ୍କ ମୁଖପାତ୍ର ରୋହିତ କନସଲଙ୍କ ସହ କଥା ହୋଇଥିଲେ, ସେ କହିଛନ୍ତି, ଏହା କେବଳ ବୋର୍ଡର ବୈଠକ, ତେଣୁ କେବଳ ବୋର୍ଡ ଏହା ଉପରେ ନିଷ୍ପତ୍ତି ନେବ ।
ଅନ୍ୟପକ୍ଷରେ, ମିଳିଥିବା ଖବର ଅନୁଯାୟୀ, ନିର୍ଦ୍ଧାରିତ ତାରିଖ ଜୁଲାଇ 21ରୁ ଅମରନାଥ ଯାତ୍ରା ଆରମ୍ଭ ହେବ ଆଉ ଅଗଷ୍ଟ 3 ରାକ୍ଷି ପୂର୍ଣ୍ଣିମା ଦିନ ଶେଷ ହେବ। କେବଳ ଏତିକି ନୁହେଁ, ପରିଦର୍ଶନ କରିବାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ବୟସ ସୀମା ମଧ୍ୟ ସ୍ଥିର କରିଛି। ସାଧୁ ସନ୍ଥମାନଙ୍କୁ ଛାଡି ଛାଡି, ଶ୍ରଦ୍ଧାଳୁଙ୍କ ବୟସ 55 ବର୍ଷରୁ କମ ହେବା ଉଚିତ । ଯାତ୍ରା କରୁଥିବା ସମସ୍ତଙ୍କ ପାଇଁ COVID-19 ପରୀକ୍ଷା ପ୍ରମାଣପତ୍ର ରହିବା ମଧ୍ୟ ବାଧ୍ୟତାମୂଳକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ