ହାଇଦ୍ରାବାଦ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଜିଓ ଫାଇବର ୟୁଜର୍ସଙ୍କୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ବର୍ଷେ ପାଇଁ ଆମାଜନ ପ୍ରାଇମର ମେମ୍ବରସିପ ମିଳିବ । ଏନେଇ ଶୁକ୍ରବାର ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି । ଏହି ମେମ୍ବରସିପର ମୂଲ୍ୟ 999 ହୋଇଥିବା ବେଳେ ଜିଓ ଫାଇବର ଗ୍ରାହକ ବିନା କୌଣସି ମୂଲ୍ୟରେ ଏହାକୁ ପାଇପାରିବେ।
ଯେଉଁ ଜିଓ ଫାଇବର ବ୍ୟବହାରକାରୀ ଗୋଲ୍ଡ କିମ୍ବା ଏହା ପରର ପ୍ଲାନ ରିଚାର୍ଜ କରନ୍ତି ସେମାନେ ଏହି ଅଫର ପାଇପାରବେ | ତେବେ ଏହା ଉଭୟ ନୂଆ ଏବଂ ପୁରୁଣା ୟୁଜର୍ସଙ୍କ ପାଇଁ କାର୍ଯ୍ୟକାରୀ ହେବ । ଯେଉଁ ଉପଭୋକ୍ତାଙ୍କ ସିଲଭର ଏବଂ ବ୍ରୋଞ୍ଜ୍ ପ୍ଲାନ ଅଛି ସେମାନେ କେବଳ ଜିଓ ଫାଇବର ଗୋଲ୍ଡ କିମ୍ବା ଉପରୋକ୍ତ ଯୋଜନାରେ ରିଚାର୍ଜ ଏବଂ ଅପଗ୍ରେଡ୍ କରିପାରିବେ |
ଆମାଜନ ପ୍ରାଇମର ସଦସ୍ୟତା ଆକ୍ଟିଭ କରିବାର ପ୍ରକ୍ରିୟା :
- ଜିଓ ଫାଇବର ବ୍ୟବହାରକାରୀଙ୍କର ଜିଓ ଫାଇବର ଗୋଲ୍ଡ କିମ୍ବା ଉପରୋକ୍ତ ଯୋଜନାକୁ ରିଚାର୍ଜ ଏବଂ ଆକ୍ଟିଭ କରିବାର ଆବଶ୍ୟକତା ରହିଛି |
- MyJio ଆପ୍ କିମ୍ବା Jio.com କୁ ଯାଇ ନିଜର ଜିଓ ଫାଇବର ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ |
- 1 ବର୍ଷର ଆମାଜନ ପ୍ରାଇମ ମେମ୍ବରସିପ୍ ବ୍ୟାନର୍ ଉପରେ କ୍ଲିକ୍ କରନ୍ତୁ ଏବଂ ଉପଭୋଗ କରିବାକୁ ଆପଣଙ୍କ ଆମାଜନ ପ୍ରାଇମ ଆକାଉଣ୍ଟରେ ସାଇନ୍ ଇନ୍ କରନ୍ତୁ |
- ଆମାଜନ ପ୍ରାଇମର ସଦସ୍ୟତା ପରେ ଜିଓ ଫାଇବର ଉପଭୋକ୍ତାମାନେ ଗୁଲାବୋ ସିତାବୋର ପ୍ରିମିୟର ଭଳି ବିଭିନ୍ନ ଶୋ ଦେଖିପାରିବେ ।
- ଏହା ବ୍ୟତୀତ ସେମାନେ ପ୍ରାଇମ ଗେମିଂ, ପ୍ରାଇମ ରିଡିଂ ଆଦିର ଲାଭ ଉଠାଇ ପାରିବେ ।